Latest Odisha News

BREAKING NEWS

ଉଲଗ୍ନ ହୋଇ ଓସ୍କାର ମଞ୍ଚକୁ ଆସିଲେ ଜନ୍ ସିନା, ଭିଡିଓ ଭାଇରାଲ

ଲସ ଆଞ୍ଜେଲସ: ଚଳିତ ବର୍ଷ ୯୬ତମ ଓସ୍କାର ଆୱାର୍ଡ ଘୋଷଣା କରାଯାଉଥିଲା ବେଳେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ପୁରସ୍କାର ଶୋ’ ରେ WWE ରେସଲର ତଥା ଅଭିନେତା ଜନ ସିନା ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

ଶ୍ରେଷ୍ଠ ପୋଷାକ ଡିଜାଇନ ବର୍ଗରେ ପୁରସ୍କାର ଉପସ୍ଥାପନ କରିବାକୁ ଜିମି କିମେଲ ଜନ୍ ସିନାଙ୍କୁ ଆମନ୍ତ୍ରଣ କରିଥିଲେ । ଏହାପରେ ଜନ୍ ସିନା ଉଲଗ୍ନ ହୋଇ ମଞ୍ଚକୁ ଆସିଥିଲେ । ତେବେ ସିନାଙ୍କୁ ଏଭଳି ରୂପରେ ମଞ୍ଚରେ ଦେଖି ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା ଏବଂ ଦର୍ଶକେ ପ୍ରବଳ ହସିଥିଲେ । ଯାହା ୫୦ ବର୍ଷ ପୁରୁଣା ଇତିହାସକୁ ମନେ ପକାଇଦେଇଥିବା କହିଛନ୍ତି ହୋଷ୍ଟ ଜିମି କିମେଲ । ୫୦ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ବିନା ପୋଷାକରେ ପୁରସ୍କାର କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ।

ଏହା ପରେ ଜନ୍ ସିନା ପୋଷାକ ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହାସହ ସେ ଶ୍ରେଷ୍ଠ ପୋଷାକ ଡିଜାଇନ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହାପରେ ସିନାଙ୍କୁ ପୋଷାକ ପିନ୍ଧାଯାଇଥିଲା । ଉଭୟ ଜନ୍ ସିନା ଓ ହୋଷ୍ଟ ଜିମି କିମେଲ ଏପରି କରିବାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ ।

ଏହାପରେ ଶ୍ରେଷ୍ଠ ପୋଷାକ ଡିଜାଇନ୍ ପାଇଁ ହୋଲି ଓ୍ବାଡିଙ୍ଗଟନ୍ ଙ୍କୁ ସିନା ପୁରସ୍କାର ପ୍ରଦାନ କରିଥିଲେ । ଫିଲ୍ମ ‘ପୋର ଥିଙ୍ଗସ’ ପାଇଁ ସେ ଏହି ଓସ୍କାର ଜିତିଛନ୍ତି ।

 

Leave A Reply

Your email address will not be published.