Latest Odisha News

ୟେସ ବ୍ୟାଙ୍କ: ସଙ୍କଟ ଦୂର କରିପାରେ ଏସବିଆଇ

ନୂଆଦିଲ୍ଲୀ: ଗୁରୁବାର ଦିନ ୟେସ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ୟେସ ବ୍ୟାଙ୍କର ଟଙ୍କା ଜମାକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ୟେସ ବ୍ୟାଙ୍କରେ ନିଜ ଟଙ୍କାକୁ ନେଇ ଜମାକାରୀ ଆଶା ଆଶଙ୍କାରେ ରହିଛନ୍ତି । ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଥିବା ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ଆଶ୍ୱାସନା ଦିଆଯାଉଛି ।

ତେବେ ୟେସ ବ୍ୟାଙ୍କ ସଂକଟ ନେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ୟେସ ବ୍ୟାଙ୍କର ୪୯% ଅଂଶଧନ କିଣିବା ଉପରେ ଅଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୟେସ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କାର ନିବେଶ କରିପାରେ । ୟେସ ବ୍ୟାଙ୍କକୁ ସଂକଟରୁ ବାହାର କରିବା ପାଇଁ ୨୦ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଥିବା ଏସବିଆଇ ଅଧ୍ୟକ୍ଷ କହିଛନ୍ତି ।

ସେ କହିଛନ୍ତି, “ୟେସ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ରହିଛି । କିଛି ଦିନ ପରେ ଗ୍ରାହକଙ୍କ ସଙ୍କଟ ଦୂର ହୋଇଯିବ । ଅଂଶଧନ କିଣିବା ନେଇ ଆମର ନ୍ୟାୟିକ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଟିମ୍ ନିୟୋଜିତ କରାଯାଇଛି ।”

Leave A Reply

Your email address will not be published.