Latest Odisha News

BREAKING NEWS

ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ

ଭୁବନେଶ୍ୱର: ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡ଼ା ପଶିକ୍ଷକମାନଙ୍କୁ ପାର୍ଟ-ଟାଇମ୍ ଶବ୍ଦର ଉଚ୍ଛେଦ କରି ଶିକ୍ଷକତା ମାନ୍ୟତା ପ୍ରଦାନ ଦାବିରେ ଗଣଧାରଣା ଦେଇଛନ୍ତି ।

୨୦୧୩ ଜାନୁଆରୀ ମାସରେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କଳା ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଆବେଦନ କରି ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ପାଇଥିଲେ ।

ନିଯୁକ୍ତି ପାଇଥିବା ସାମୟିକ ପ୍ରଶିକ୍ଷକମାନେ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ମାସକୁ ମାତ୍ର ୫ ହଜାର ୪୫୨ ଟଙ୍କା ବେତନ ମିଳୁଛି । ଦୀର୍ଘ ୯ ମାସ ଧରି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି ହୋଇ ଆସୁଛି । ତଥାପି କେହି ଶୁଣୁ ନାହାଁନ୍ତି । ଆଜି ଲୋୟର ପିଏମରେ ଯାହାର ପ୍ରତିବାଦ କରିବା ସହ ସଂଘ ସ୍ଥାୟୀ ନିଯୁକ୍ତି ଦାବି କରିଛି ।

Leave A Reply

Your email address will not be published.