Latest Odisha News

BREAKING NEWS

ଡିଜିପି ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ଆସନ୍ତାକାଲି ହେବ ମୌଖିକ ଶୁଣାଣି

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ତଥା ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତିକୁ ନେଇ ଲାଗି ରହିଥିବା ସସପେନ୍ସ ଏବେ ଆହୁରି ବଢ଼ିଛି। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଡିଜିପି ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆସମାପ୍ତ ରହିଛି। ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ। ମାତ୍ର ଏହା ମୌଖିକ ଭାବେ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ଆଜି ଶୁଣାଣି ବେଳେ ଜନସ୍ବାର୍ଥ ମାମଲା ଦାଖଲ କରିଥିବା ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜ ଯୁକ୍ତି ରଖି କହିଥିଲେ । ସେ କହିଥିଲେ ଯେ, ଯଦି ଆପଣ DGP ତାଲିକାର ଟାଇମ୍ ଲାଇନ୍ ଦେଖିବେ ତାହେଲେ ଏଥିରେ ଅନିୟମିତତା ଦର୍ଶାଉଛି । ଯାହା ପ୍ରକାଶ ସିଂ ମାମଲାର ବିରୋଧାଭାସ । ଓଡ଼ିଶା ତରଫରୁ ସଲିସିଟର ଜେନେରାଲ ଏହାକୁ ଖଣ୍ଡନ କରି କହିଥିଲେ ଯେ, DGP ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ ।

ଅନ୍ୟପଟେ ଏଥିରେ ହସ୍ତକ୍ଷେପ କରି IPS ସୁଶାନ୍ତ ନାଥଙ୍କ ଓକିଲ ନିଜ ଯୁକ୍ତିରେ ପ୍ରଶ୍ନ କରିଥିଲେ ଯେ, ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ଖାରଜ କରାଯିବାର କାରଣ କ’ଣ ଏବଂ କାହିଁକି ଏପରି କରାଗଲା ? ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ପାଖାପାଖି ୨୫ ମିନିଟ୍ ଧରି ସବୁ ପକ୍ଷଙ୍କୁ ଶୁଣିଥିଲେ । ଯେହେତୁ ଆଜି ଅନ୍ୟ ମାମଲାରେ ଡିଭିଜନ ବେଞ୍ଚ୍ ବସିବାର ଥିଲା । ତେଣୁ କୋର୍ଟ ଆସନ୍ତା କାଲି ମୌଖିକ ଭାବେ ମାମଲାର ଶୁଣାଣି କରିବେ ।

Comments are closed.