Latest Odisha News

BREAKING NEWS

ସୁପ୍ରିମକୋର୍ଟ ରାୟ: ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଦୋଷୀ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଏଜି ପେରାରିଭଲନଙ୍କୁ ଜେଲରୁ ମିଳିବ ମୁକ୍ତି । ବୁଧବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଭାରତୀୟ ସମ୍ବିଧାନର ଧାରା-୧୪୨ ଆଧାରରେ ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ଜଷ୍ଟିସ୍ ଏଲ ନାଗେଶ୍ୱର ରାଓ ଏବଂ ବିଆର ଗବାଇଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ପେରାରିଭଲନଙ୍କୁ ମୁକ୍ତ କରିବା ପାଇଁ ତାମିଲନାଡୁ ମନ୍ତ୍ରୀ ପରିଷଦ ରାଜ୍ୟ ପାଳଙ୍କୁ ପ୍ରସ୍ତାବ ଦେଇଥିଲା । ଯାହାକୁ ରାଜ୍ୟପାଳ ୩ ବର୍ଷ କାଳ ଅଟକାଇବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।

ପେରାରିଭଲନ ୩୦ ବର୍ଷ ଜେଲ କାଟିସାରିଲେଣି । ତାଙ୍କ ଆଚରଣ, ସ୍ୱାସ୍ଥ୍ୟାବସ୍ଥା, ବନ୍ଦୀ ସମୟର ଶିକ୍ଷାଗତ ଯୋଗ୍ୟତା ହାସଲକୁ ହିସାବକୁ ନେଇ ଜେଲରୁ ମୁକ୍ତ କରିବାକୁ ରାୟ ଶୁଣାଇଛନ୍ତି । ଶୁଣାଣି ସମୟରେ କେନ୍ଦ୍ର ସରକାର ଗୋଟିଏ ଜିଦିରେ ଅଟଳ ଥିଲେ ।

ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇଥିବା କ୍ଷମା ପ୍ରାର୍ଥନା ର ଉତ୍ତର ଆସିବା ଯାଏଁ କୋର୍ଟକୁ ଅନୁରୋଧ କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସୁପ୍ରିମ କୋର୍ଟ ଏଥିରେ ଅରାଜି ହୋଇ ଦୋଷୀକୁ ମୁକ୍ତ କରିବାକୁ ରାୟ ଶୁଣାଇଛନ୍ତି ।

ଗତ ମାର୍ଚ୍ଚ ୯ରେ ସୁପ୍ରିମ କୋର୍ଟ ପେରାରିଭଲନଙ୍କୁ ମୁକ୍ତ ଘୋଷଣା କରିଥିଲେ । ତିନି ଥର ପାରୋଲରେ ଜେଲରୁ ବାହାରିଥିବା ସମୟରେ ତାଙ୍କ ବିରୋଧରେ କୌଣସି ଅଭିଯୋଗ ନଥିବା କୋର୍ଟ ଦର୍ଶାଇଥିଲେ ।

Leave A Reply

Your email address will not be published.