Latest Odisha News

BREAKING NEWS

ପ୍ରଥମ ଭାରତୀୟ ପେସ ବୋଲର ଭାବେ ଟି୨୦ରେ ୨୫୦ ୱିକେଟ ପୂର୍ଣ୍ଣ କଲେ ବୁମରାହ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପେସ ବୋଲର ଯଶପ୍ରୀତ ବୁମରାହ ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ପେସ ବୋଲର ଭାବେ ଟି୨୦ କ୍ରିକେଟରେ ୨୫୦ ୱିକେଟ ଅକ୍ତିଆର କରିଛନ୍ତି । ୱାଶିଂଟନ ସୁନ୍ଦରଙ୍କ ୱିକେଟ ହାସଲ କରିବା ପରେ ସେ ଏହି ଲ୍ୟାଣ୍ଡମାର୍କ ଛୁଇଁ ନ ଥିଲେ । ୨୦୧୩ରେ ବୁମରାହ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିଥିଲେ । ଓଭରାଲ ୨୦୫ ମ୍ୟାଚରେ ସେ ୭.୦୪ ଇକୋମୋନୀରେ ୨୧.୬୦ ଆଭରେଜରେ ୨୫୦ ୱିକେଟ ହାସଲ କରିଛନ୍ତି । ତାଙ୍କ ପଛକୁ ଭୁବନେଶ୍ୱର କୁମାର ୨୨୩ ୱିକେଟ ଅକ୍ତିଆର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଭାରତର ୪ ସ୍ପିନର ୨୫୦ରୁ ଊର୍ଦ୍ଧ୍ୱ ୱିକେଟ ନେଇଛନ୍ତି । ସେମାନେ ହେଲେ ରବିଚନ୍ଦ୍ରନ ଅଶ୍ୱୀନ (୨୭୪), ୟୁଜଭେନ୍ଦ୍ର ଚହଲ (୨୭୧), ପୀୟୂଷ ଚାୱଲା (୨୭୦) ଓ ଅମିତ ମିଶ୍ର (୨୬୨) । ନିକଟରେ ବୁମରାହଙ୍କ ପ୍ରଦର୍ଶନ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ବେଳେ ସେ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରି ଆଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

Leave A Reply

Your email address will not be published.