Latest Odisha News

BREAKING NEWS

ମଧ୍ୟପ୍ରଦେଶ ରାଜନୀତି ସରଗରମ, ବିଜେପି ଛାଡ଼ି କଂଗ୍ରେସକୁ ଫେରିଲେ ସମନ୍ଦର ପଟେଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ। ଆଗାମୀ ନିର୍ବାଚନକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ନିଜ ନିଜ ଅଣ୍ଟା ଭିଡୁଛନ୍ତି। ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଦଳ ପରିବର୍ତ୍ତନ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଯାହାର ପ୍ରଭାବ ଏବେ ମଧ୍ୟପ୍ରଦେଶର ନିମଚ ଉପରେ ପଡିଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅନୁଗତ ତଥା ମଧ୍ୟପ୍ରଦେଶ ବିଧାୟକ ସମନ୍ଦର ପଟେଲ ବିଜେପି ଛାଡ଼ି କଂଗ୍ରେସକୁ ଫେରିଛନ୍ତି।

ପଟେଲ ୧୨୦୦ କାର୍‌ କନ୍‌ଭୟ ବା ଗାଡ଼ିମାଳାରେ ଜୱାଦରୁ ଭୋପାଳକୁ ଶକ୍ତି ପ୍ରଦର୍ଶନ କରି ଯାଇ ଭୋପାଳ ସ୍ଥିତି ବିଜେପି ପାର୍ଟି ଅଫିସରେ ଇସ୍ତଫାପତ୍ର ଦାଖଲ କରିଛନ୍ତି। ୨୦୨୦ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ସମନ୍ଦର ପଟେଲ। ତେବେ ସିନ୍ଧିଆଙ୍କର ତୃତୀୟ ଅନୁଗତ ଭାବେ ସେ ବିଜେପି ଛାଡ଼ି କଂଗ୍ରେସକୁ ଫେରିଛନ୍ତି।

ଦଳ ଛାଡିବା ନେଇ ସମନ୍ଦର ପଟେଲଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେ ବିଜେପି ଦଳରେ ଶ୍ବାସରୁଦ୍ଧ ଲାଗୁଛି ବୋଲି ଅଭିଯୋଗ କରିଥିଲେ। ସୂଚନା ଥାଉକି ବିଜେପିରୁ ଲଗାତାର ଇସ୍ତଫା ଦେବା ପ୍ରଥା ଜାରି ରହିଛି। ୩ ମାସରେ ଏହା ତୃତୀୟ ଘଟଣା। ପୂର୍ବରୁ ମଧ୍ୟ ଅନ୍ୟ ୨ ଜଣ ବିଧାୟକ ସମାନ ଭାବେ ଶକ୍ତି ପ୍ରଦର୍ଶନ କରି କଂଗ୍ରେସକୁ ଫେରିଥିଲେ।

Leave A Reply

Your email address will not be published.