Latest Odisha News

BREAKING NEWS

ଓଡିଶାର ୧୬ଟି ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଲା, ରାଜଧାନୀରେ ଏବର୍ଷର ସବୁଠୁ ଥଣ୍ଡା ଦିନ

ଭୁବନେଶ୍ୱର : ଓଡିଶାର ରାଜଧାନୀରେ ଏବର୍ଷର ସବୁଠୁ ଅଧିକ ଥଣ୍ଡା ହେବା ସହ ପାରଦ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶନିବାର ଦିନ ବିଗତ ୧୨ ବର୍ଷ ବ୍ୟବଧାନରେ ରେକର୍ଡ କରାଯାଇଥିଲା । ତେବେ ଖ୍ରୀଷ୍ଟମାସ ପୂର୍ବରୁ ଏହା ୯.୯ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି ।

୧୯୯୬ ମସିହାରେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୯.୧ ଡିଗ୍ରୀ ସେଲସିୟସ ଏବଂ ୧୯୯୨ ମସିହାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଓଡିଶାରେ ଶୀତ ଲହରୀ ଜାରି ରହିଥିବା ବେଳେ ଶନିବାର ଦିନ ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯେଉଁ ଜିଲ୍ଲାରେ ତାପମାତ୍ରା ସର୍ବନିମ୍ନ ୧୦ ଡ଼ିଗ୍ରୀରେ ପହଞ୍ଚିଛି ସେହି ଜିଲ୍ଲା ଗୁଡ଼ିକ ହେଲା ଯଥାକ୍ରମେ, ବାଲେଶ୍ୱର (୮.୫) ଅନୁଗୁଳ (୬.୬), ସୁନ୍ଦରଗଡ଼ (୭), ଝାରସୁଗୁଡା (୭.୭), ସମ୍ବଲପୁର (୮.୧), ବାରିପଦା (୮.୫), ତାଳଚେର (୯.୩), ସୋନପୁର (୭) ଏବଂ ଫୁଲବାଣୀ (୭), କେନ୍ଦୁଝର (୬.୯), ହିରାକୁଦ (୯.୩), ଭବାନୀପାଟଣା (୯.୫), ବଲାଙ୍ଗୀର (୮.୫), କୋରାପୁଟ(୮.୬) ଡ଼ିଗ୍ରୀରେ ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି । କଟକରେ ତାପମାତ୍ରା ହ୍ରାସ ପାଇ ୯.୪ ଡ଼ିଗ୍ରୀରେ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୯.୫ ଡ଼ିଗ୍ରୀରେ ପହଞ୍ଚିଛି ।

ଯେଉଁସବୁ ସ୍ଥାନମାନଙ୍କରେ ତୁଷାରପାତ ଏବଂ ବରଫଖଣ୍ଡ ସଂଗ୍ରହ କରାଯାଇଛି, ସେହି ସବୁ ସ୍ଥାନ ହେଲା- କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ସୁନ୍ଦରଗଡ ଜିଲ୍ଲାର କୋଇଡା ଓ ବଣାଇ ଏବଂ ବୌଦ୍ଧର ହରଭଙ୍ଗା ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଶୀତ ଳହରୀ ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଲାଗି ରହିବ ।

ସେହିପରି କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ତାପମାତ୍ରା ୪ ଡ଼ିଗ୍ରୀ ତଳକୁ ହ୍ରାସ ପାଇବାର ସମ୍ଭାବନା ରହିଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ତାପମାତ୍ରା ସର୍ବନିମ୍ନ ୧-୨ ଡିଗ୍ରୀ ତଳକୁ ଖସିବା ନେଇ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.