Latest Odisha News

BREAKING NEWS

୫୯ତମ ପ୍ରତିଷ୍ଠା ଦିବସ: ଖୁବ୍ ଶ୍ରୀଘ୍ର ନନ୍ଦନକାନନକୁ ଆସୁଛି ଆନାକୋଣ୍ଡା ଓ ଜିରାଫ୍

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ୫୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହି ଅବସରରେ ନନ୍ଦନକାନନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଆଜି ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି।

ଗଣମାଧ୍ୟମକୁ ସୂଚନା ଦେଇ ବନ୍ୟଜନ୍ତୁ ବିଭାଗର ମୁଖ୍ୟ ୱାଡେନ ସନ୍ଦୀପ ତ୍ରୀପାଠୀ କହିଛନ୍ତି, ଏହି ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଶାଗୁଣା ସଂରକ୍ଷଣ ଓ ପ୍ରଜନନ କେନ୍ଦ୍ରର ଶୁଭ ଉଦଘାଟିତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଇତିମଧ୍ୟରେ ବନ୍ୟଜନ୍ତୁ ପ୍ରତ୍ୟାର୍ପଣ ମାଧ୍ୟମରେ ଏଠାକାର ଚିଡିଆଖାନାକୁ ଖୁବ୍ ଶୀଘ୍ର୍ର ଏଠାକୁ ଆନାକୋଣ୍ଡା ଓ ଜିରାଫ ଆସୁଛନ୍ତି ।

ନନ୍ଦନକାନନରେ ଏହି ପ୍ରତିଷ୍ଠା ଦିବସ ଅବସରରରେ ପ୍ରାୟ ୨୨ ଜଣ ଦକ୍ଷ କର୍ମଚାରୀଙ୍କୁ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ କରାଯାଇଛି ।

ନନ୍ଦନକାନନରେ ପର୍ଯ୍ୟଟକମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ପ୍ରାଣୀ ଉଦ୍ୟାନର ପରିସର ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇଛି । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ପୋଲିସ କର୍ମଚାରୀ ଏବଂ ଏକ ଡାକ୍ତରୀ ଦଳକୁ ମଧ୍ୟ ନିୟୋଜିତ କରାଯାଇଛି । ସବୁଠାରୁ ବଡ କଥା ହେଲା ଦୀର୍ଘ ସମୟ ଧାଡିରେ ଛିଡା ହୋଇ ଟିକେଟ ସଂଗହ କରିବା ପରିବର୍ତ୍ତେ ପର୍ଯ୍ୟଟକମାନଙ୍କ ପାଇଁ ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ନନ୍ଦନକାନନରେ ଏହି ନୂଆ ପ୍ରଜାତି ଆସିବା ଫଳରେ ଅଧିକ ଆକର୍ଷକ ହୋଇଯାଇଛି ଏବଂ ଏହା ଏପରି ଏକ ଲାଇବ୍ରେରୀ ଯେଉଁଠି ଲୋକମାନେ ଆସି ମଉଜ ମଜଲିସ କରିବା ସହିତ ଜ୍ଞାନ ଆହରଣ ମଧ୍ୟ କରିପାରିବେ ବୋଲି ନନ୍ଦନକାନନର ପୂର୍ବତନ କର୍ମଚାରୀ କମଳ ଲୋଚନ ପୁରୋହିତ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଏହି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା ।

Leave A Reply

Your email address will not be published.