Latest Odisha News

BREAKING NEWS

ଆଦାନୀ ଗ୍ରୁପ ଉପରେ ଲାଗିଥିବା ଅଭିଯୋଗର ତଦନ୍ତ ପାଇଁ ୬ ମାସ ସମୟ ମାଗିଲା ସେବି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡନବର୍ଗ ଆଣିଥିବା ଅଭିଯୋଗରେ ତଦନ୍ତ କରିବାକୁ ଆଉ ୬ ମାସ ସମୟ ମାଗିଲା ଭାରତୀୟ ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ(ସେବି)। ଏନେଇ ସେବି ପକ୍ଷରୁ ଶନିବାର ସୁପ୍ରିମକୋର୍ଟରେ ଅନୁରୋଧ ଦାଖଲ କରାଯାଇଛି। ମାମଲାରେ ଅନେକ ଜଟଳିତା ରହିଛି। ଅନେକ ଗୁଡ଼ିଏ କ୍ଷେତ୍ରରେ ନିୟମର ଉଲ୍ଲଂଘନ ହୋଇଥାଇପାରେ ବୋଲି ସେବି କରିଛି। ତେଣୁ ତଦନ୍ତ ଶେଷ କରିବାକୁ ଆଉ ୬ ମାସ ସମୟ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଅନୁରୋଧ ଦାଖଲ କରିଛି ସେବି।

ଏଥିସହିତ ମାମଲା ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତର ପ୍ରାରମ୍ଭିକ ରିପୋର୍ଟ ଏକ୍ସପର୍ଟ କମିଟି ପାଇଥିବା ସମସ୍ତ ତଥ୍ୟ ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି ସେବି। ମେ ୨ତାରିଖେ ତଦନ୍ତ ଅବଧି ଶେଷ ହେଉଥିବାରୁ ସେବି ସୁପ୍ରିମକୋର୍ଟରେ ଏହି ଅନୁରୋଧ ଦାଖଲ କରିଛି।

ସେବି ଦାଖଲେ କରିଥିବା ଅନୁରୋଧରେ କହିଛି ଯେ ସମ୍ପର୍କିତ ପାର୍ଟି ନେଣଦେଣ(RPT) ପ୍ରକାଶନରେ ଉଲ୍ଲଂଘନ, କର୍ପୋରେଟ୍ ଗଭର୍ଣ୍ଣାନ୍ସ ସମ୍ପର୍କିତ ଉଲ୍ଲଂଘନ, ସର୍ବନିମ୍ନନ ପବ୍ଲିକ ଶେୟାର ହୋଲ୍ଡିଂ(ଏମ୍ପିସି) ନିୟମର ଉଲ୍ଲଂଘନ, ଶେୟାର ମୂଲ୍ୟରେ ହେରେଫେର୍‌, ପିଏଫ୍ଆଇ ରେଗୁଲେସନରେ ହେର୍‌ଫେର୍, ଓଡିଆଇ ନିୟମର  ଉଲ୍ଲଂଘନ,ଅନ୍ତରୀଣ ବାଣିଜ୍ୟ ନିୟମ(FUTP)ର ଉଲ୍ଲଂଘନ ଓ ସର୍ଟ ସେଲିଂ ନିୟମର ଉଲ୍ଲଂଘନ ହୋଇଥାପାରେ ବୋଲି ସେବି କହିଛି।

ଏଭଳି ମାମଲାର ତଦନ୍ତ କରିବାକୁ ପାଖାପାଖଇ ୧୫ ମାସ ସମୟ ଲାଗିଥାନ୍ତା। ହେଲେ ୬ ମାସ ଭିତରେ ତଦନ୍ତ କରିବାକୁ ବୋର୍ଡ ଚେଷ୍ଟା କରୁଛି ବୋଲି ସେବି କହିଛି।

ସୂଚନା ଥାଉକି, ଉଦ୍ୟୋଗ ଗବେଷଣା ସଂସ୍ଥା ହିଣ୍ଡନବର୍ଗ ଆଦାନୀ ଗ୍ରୁପ୍ ଉପରେ ବେନାମୀ ନେଣଦେଣ, ଶେୟାର୍ ପ୍ରାଇସ୍‌ରେ ହେର୍‌ଫେର୍ ଆଦି ଅଭିଯୋଗ ଲଗାଇଥିଲା। ଏନେଇ ସୁପ୍ରିମକୋର୍ଟରେ ମାମଲା ହେବା ପରେ ମାର୍ଚ୍ଚ ୨ ତାରିଖରେ ମାମଲାର ଶୁଣାଣି କରି ୨ ମାସ ଭିତରେ ରିପୋର୍ଟ ଦେବାକୁ କୋର୍ଟ ସେବିକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମେ ୨ ତାରିଖରେ କଣ୍ଟ ପୂରୁଥିବାରୁ ସେବି ଆଉ ୬ ମାସ ସମୟ ମାଗିଛି।

Leave A Reply

Your email address will not be published.