Latest Odisha News

BREAKING NEWS

ବୁର୍ଲା ଭୀମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବା ବେଳେ ବୁର୍ଲା ଗସ୍ତରେ ଯାଇ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମୀକ୍ଷା ପରେ ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ହେବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ୧୦ ଦିନ ଭିତରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ହେବ ।

ଭୀମସାରରେ ନବନିର୍ମିତ ମେଡିସିନ୍ ୱାର୍ଡରେ ୩୦୦ ବେଡର କୋଭିଡ୍ ହସ୍ପିଟାଲ ହେବ । ସେଠାରେ ୨୫୦ଟି ସାଧାରଣ ବେଡ୍ ଓ ୫୦ଟି ICU ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଭୀମସାରରେ ଥିବା କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ଛତିଶଗଡ଼ ସୀମାନ୍ତ ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ବୁର୍ଲାରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ନେଇ ନିଷ୍ପତ୍ତି ନିଆଯାଇଛି । ଆଜି ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଡିଏମଇଟି ନିର୍ଦ୍ଦେଶକ କରୋନା ସ୍ଥିତିର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.