ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୪୨ ହଜାର ୭୬୧ ନମୁନା ପରୀକ୍ଷା କରାଯାଇଛି । ୩୬ ହଜାର ୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୬ହଜାର ୬୩୫ ହେଉଛି ଆରଟିପିସିଆର ଟେଷ୍ଟ । ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ବୁଧବାର ଦିନ ବି ରାଜ୍ୟରେ ୨୪ ଘଂଟାରେ ୪୦ ହଜାର ପରୀକ୍ଷା ହୋଇଥିଲା । ରାଜ୍ୟରେ ଆଗକୁ ଟେଷ୍ଟିଂ ସଂଖ୍ୟା ୫୦ ହଜାରରୁ ଲକ୍ଷେ ଯାଏଁ ବଢିବ ବୋଲି ପୂର୍ବରୁ ସରକାର କହିସାରିଛନ୍ତି ।
Comments are closed.