Latest Odisha News

BREAKING NEWS

ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା : ରାଗିଂ ଯୋଗୁଁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ଏନେଇ ଆଜି ବଲାଙ୍ଗୀର ମେଡିକାଲ କଲେଜରେ ପହଁଞ୍ଚିଛନ୍ତି ମୃତ ଛାତ୍ରର ବାପ ମା’ ଓ ସମ୍ପର୍କୀୟ । ରାଗିଂ କରି ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବାପା ଓ ମାଆ । ହରିୟାଣାର ମୃତକ ଛାତ୍ର ନିଶାନ୍ତ କୁମାରଙ୍କ ମାଆ କହିଛନ୍ତି ମୋ ପୁଅ ଶାନ୍ତ ସ୍ୱଭାବର ରାଗିଂ କରି ତାକୁ ସବୁବେଳେ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ।

ପୁଅ ଏତେ ନିର୍ଯ୍ୟାତିତ ହେଲା ଯେ ଶେଷରେ ଆତ୍ମହତ୍ୟାର ବାଟ ବାଛିନେଲା ପୁଅ ବୋଲି ମା କହିଛନ୍ତି ।ତାକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି ।ତାକୁ ରାଗିଂ କରାଯାଉଥିଲା ବୋଲି ସେ ଭିଡିଓ କଲ କରି ସବୁବେଳେ କହୁଥିଲା । ସେପଟେ ସାଇଣ୍ଟିଂ ଫିକ୍ ଟିମର ଯାଞ୍ଚଜାରି ରହିଛି ।

ଛାତ୍ର ରହୁଥିବା ୩୧୨ ନମ୍ବର ରୁମରେ ଛାନଭିନ ଚାଲିଛି । କେମିତି ଛାତରୁ ପଡିଲେ ମେଡିକାଲ ଛାତ୍ର ସେନେଇ ସାଇଣ୍ଟିଫିକ୍ ଟିମ୍ ଛାନଭିନ କରୁଛି । କଲେଜ ଡିନ୍ କହିଛନ୍ତି ନିଶାନ୍ତ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିାଁ ।ଅନ୍ୟପଟେ ରାଗିଂ ଘଟଣାକୁ ଖଣ୍ଡନ କରିଛନ୍ତି କଲେଜ ଡିନ୍ ।ତଦନ୍ତ ପରେ ଛାତ୍ର ମୃତ୍ୟୁର ପ୍ରକୃତ ଘଟଣା କଣ ଜଣାପଡିବ ।

ସୂଚନା ଅନୁସାରେ ଶୁକ୍ରବାର ଦିନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲରେ ଛାତରୁ ପଡି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ଛାତ୍ର ଜଣକ ମୃତ୍ୟୁର କାରଣ କଣ ସେନେଇ ତଦନ୍ତ ଜାରି ରହିଛି ।

Comments are closed.