Latest Odisha News

BREAKING NEWS

[ଭିଡିଓ] ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ମାମଲା : ତଦନ୍ତକୁ ନେଇ ୧୨ଟି ପ୍ରଶ୍ନ ପଚାରିଲା ବିଜେପି

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟା ଘଟଣାକୁ ନେଇ ଝାରସୁଗୁଡାରେ ଜୋର ଧରଛି ରାଜନୀତି । ଜିଲ୍ଲା ବିଜେପି ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀରେ ୧୨ଟି ପ୍ରଶ୍ନ ଉପରେ ଆଲୋକ ପାତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ତ୍ରିନାଥ ଗୁଆଲ, ଦିନେଶ ଜୈନ, ନରେଶ ନାଏକ ଓ ବନ୍ଦନା ମୁଂଡଦା ପ୍ରଶ୍ନ କରିଛନ୍ତି।

୧- ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଘରୋଇ ରୋଷେଇଆ ଲଲିତ କୁମାର ସାହୁ ଫୋନ ରେ ଦଉଡି ଦେଇ ଆତ୍ମହତ୍ୟା ଘଟଣା ପ୍ରଥମେ କେତେଟା ସମୟରେ କିଏ ଦେଖିଲେ ଓ ଘଟଣା ସମ୍ପର୍କରେ ତାଙ୍କ ଭାଇଙ୍କୁ କେତେଟା ସମୟରେ କିଏ ଜଣେଇଲେ ? ଏ ଘଟଣା ଝାରସୁଗୁଡ଼ା ପୋଲିସକୁ କିଏ କେତେଟା ସମୟରେ ଜଣାଇଲା ? ଏ ରହସ୍ୟମୟ ହତ୍ୟା ଷତିଯନ୍ତ୍ର ରେ ମନ୍ତ୍ରୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ମାନଙ୍କ ସହ ସମସ୍ତ ପୋଲିସ ଅଧିକାରୀଙ୍କ ହୋଇଥିବା ବାର୍ତ୍ତାଳାପର ତଥ୍ୟ ସାର୍ବଜନିକ କରାଯାଇ ।

୨- ଘଟଣା ସ୍ଥଳକୁ କେଉଁ କେଉଁ ପୋଲିସ ଅଧିକାରୀ କେତେ ବେଳେ ପହଞ୍ଚିଲେ ଓ ମୃତ ଲଲିତ ଙ୍କ ଭାଇ ଉପସ୍ଥିତି ରେ ନା ଅନୁପସ୍ଥିତିରେ ଫେନରେ ଝୁଲା ହୋଇଥିବା ମୃତଦେହ ଉଦ୍ଧାର କରାଯାଇଛି ,ଫେନରେ ଶବ ଝୁଲନ୍ତା ଅବସ୍ଥାରେ ଫଟୋ ଉଠାଯାଇଥିଲା ନା ନାହିଁ ଏହା ସାର୍ବଜନୀକ କରାଯାଉ।

୩- ଆତ୍ମହତ୍ୟା ସମୟରେ ମନ୍ତ୍ରୀ କେଉଁଠି ଥିଲେ ? ନିରପେକ୍ଷ ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ବାରା ବିଗତ ୨ ମାସର ମୃତ ଲଳିତ ଙ୍କ ମୋବାଇଲ ର ସମସ୍ତ କଲ ରେକର୍ଡ ସହ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସ ଙ୍କ ମୋବାଇଲ ସହ କେଉଁ କେଉଁ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସହ ମନ୍ତ୍ରୀ ଏ ଘଟଣା ଚାପି ଦେବା ପାଇଁ ଚର୍ଚ୍ଚା କରିଛନ୍ତି ମନ୍ତ୍ରୀ, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କଲ ରେକର୍ଡ ଯାଞ୍ଚ କରାଯାଉ ତାହେଲେ ଯାଇ ବିରାଟ ଷଡ଼ଯନ୍ତ୍ର ର ଉନ୍ମୋଚନ ହେବ।

୪- ମନ୍ତ୍ରୀ ଙ୍କ ଘର ଓ ଝାରସୁଗୁଡ଼ା ଥାନାରେ ଲାଗି ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ସିସି କେମେରା କୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରାଯାଉ

୫- ଶଳ ର ପଞ୍ଚନାମା କେତେ ବେଳେ କେଉଁ ଅଧିକାରୀ କରିଛନ୍ତି ଏହାର ଫଟୋଚିତ୍ର ସାର୍ବଜନୀକ କରାଯାଉ।

୬- ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଦିଶା ନିର୍ଦ୍ଦେଶକୁ ଉଲଘଂନ କରି ରାତି ୧୨ ଟାରେ ଶବ ବ୍ୟବଚ୍ଛେଦ ପାଇଁ କିଏ ଆଦେଶ ଦେଇଥିଲେ, ଆତ୍ମୀୟ ସୃଜନଙ୍କ ଅନୁରୋଧ ରେ ଶବ ବ୍ୟବଚ୍ଛେଦ ର କିଛି ଆଇନ ରହିଛି କି ?
୬- ଝାରସୁଗୁଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ନାଁ ରେ ଆଇନ ଉଦ୍ଧ ରେ ମନ୍ତ୍ରୀ ଙ୍କ ଅପରାଧ ଜଗତର ସହଯୋଗୀ ସାଜି ଦୀର୍ଘ ଦିନରୁ କେବଳ ଝାରସୁଗୁଡ଼ା ରେ ଅବସ୍ଥାନ କରିଥିବା ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

୮- ଘଟଣାର ସମ୍ବେଦନଶୀଳତା ଯୋଗୁଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସମ୍ପୃକ୍ତ ଥିବାରୁ ଏ ସମସ୍ତ ଅଧିକାରୀ ଙ୍କୁ ତଦନ୍ତ ପରିସରଭୁକ୍ତ କରି ଅବିଳମ୍ବେ ସିବିଆଇ ଢାଞ୍ଚ କରାଯାଉ ।

୯-ଆଇନ ଶୃଙ୍ଖଳା ନାଁ ରେ ପ୍ରତିହିଂସା ପରାୟଣ ହୋଇ ମନ୍ତ୍ରୀ ଙ୍କ ବ୍ୟବସାୟିକ, ରାଜନୈତିକ ସ୍ବାର୍ଥ କୁ ଚରିତାର୍ଥ କରିବା ପାଇଁ ଅପରାଧୀଳ ସାମ୍ରାଜ୍ୟ ଆଗେଇ ନେବାରେ ସହଯୋଗ କରି ଦୀର୍ଘ ୫ ବର୍ଷ ରୁ ଅଧିକ ସମୟ ଝାରସୁଗୁଡ଼ା ଥାନାରେ ମହାଶୟା ସାବିତ୍ରୀ ବଳ ଆଇ ଆଇ ସି ଭାବରେ ରହି ଚଲାଇ ଥିବା ସାମ୍ରାଜ୍ୟ ର ବିଚାର ବିଭାଗୀୟ ତଦନ୍ତ କରାଯାଉ।

୧୦-ଆଇ ଆଇ ସି ସାବିତ୍ରୀ ବଳ ଶାସକ ଦଳ ଙ୍କ ପାଇଁ ମ୍ୟୁନିସିପାଲଟି ନିର୍ବାଚନ ରେ ସମ୍ପୃକ୍ତି ସମସ୍ତେ ଅବଗତ କାରଣ ଚେୟାରମେନ ବିଜୟ ଶୋଭାଯାତ୍ରାରେ ଆଇ ଆଇ ସି ସାବିତ୍ରୀ ବଳ ବିଜୟୀ ପ୍ରାର୍ଥୀନୀ ଠୁ ବେଶୀ ଉତ୍ସାହିତ ହୋଇ ବିଜୟୀ ସୂଚକ ପୋଟ ଦେବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚଳିତ କରିଥିଲା ଏଣୁ ମହାଶୟାଙ୍କ ତଦନ୍ତ କେବଳ ବାଟବଣା ପାଇଁ ଉଦ୍ଧିଷ୍ଟ ।

୧୧- ମୃତ ଲଲିତ କୁମାର ସାହୁ ଙ୍କ ନାଁ ରେ ଥିବା ସମସ୍ତ ବ୍ୟାଙ୍କ ଏକାଉଣ୍ଟ୍ ରେ ଗତ ୨ ମାସ ଭିତରେ ହୋଇଥିବା ଆର୍ଥିକ ନେଣଦେଶରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଉକ୍ତ ବ୍ୟକ୍ତି ମାନଙ୍କର ମୋବାଇଲ ର କଲ ରେକର୍ଡ ଯାଞ୍ଚ କରାଯାଇ, ତରବରିଆ ଭାବେ ବେଆଇନ୍ ପନ୍ଥା ଅବଲମ୍ବନ କରି ଶବ ବ୍ୟବଚ୍ଛେଦ ସମୟରେ ନିୟୋଜିତ ଥିବା ଭିଡ଼ିଓ ଗ୍ରାଫର, କର୍ମଚାରୀ, ଡାକ୍ତର ଓ ମାଜିଷ୍ଟ୍ରେଟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।

୧୨- ଘଟଣା ଦିନ ତା୧୭/୦୪/୨୦୨୨ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ତିରୋଧାନ ଦିବସ ପଡ଼ୁଥିବାରୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନ ସାରା ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମା ରେ ଉପସ୍ଥିତ ରହି ରକ୍ତଦାନ ଶିବିର ଓ ମରୱାଡି ମହିଳା ମୋର୍ଚ୍ଚା ର ବିଭିନ୍ନ ସଭାସମିତିରେ ଥିବା ସତ୍ତ୍ୱେ ମନ୍ତ୍ରୀ ଙ୍କୁ ସୁରକ୍ଷା ଦେବା ପାଇଁ ଦଳର ମୁଖପାତ୍ର ମାନେ ନିଜେ ମନ୍ତ୍ରୀ ଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ରହି ସୁଦ୍ଧା ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ମନ୍ତ୍ରୀ ଘଟଣା ଦିନ ଝାରସୁଗୁଡ଼ା ରେ ଉପସ୍ଥିତ ନଥିବା ଦର୍ଶାଇବା ଆଉ ଏକ ଷଡ଼ଯନ୍ତ୍ର କୁ ଜନ୍ମ ଦେଇଛି ତେଣୁ ଏ ମୁଖପାତ୍ର ମାନଙ୍କ ମୋବାଇଲର କଲ ରେକର୍ଡ ବି ତଦନ୍ତ ପରିସରଭୁକ୍ତ କରାଯାଉ ।

Leave A Reply

Your email address will not be published.