Latest Odisha News

ଡିସେମ୍ବର ୨୩ରୁ ‘ଭୁବନେଶ୍ୱର ସିଟି ଫେଷ୍ଟିଭାଲ୍’ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସିଟି ଫେଷ୍ଟିଭାଲର ୨ୟ ସଂସ୍କରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଫେଷ୍ଟିଭାଲ୍ ଡିସେମ୍ବର ୨୩ ତାରିଖରୁ ୨୦୨୦ ମସିହା ଜାନୁୟାରୀ ୧ ମଧ୍ୟରେ ଅନୁଷ୍ଠିତ ହେବ ।

ଏହାର ପ୍ରଥମ ସଂସ୍କରଣ ଡଟ୍ ଫେଷ୍ଟ ନାମରେ ପରିଚାଳିତ ହୋଇଥିବା ବେଳେ ଏଥିରେ ଆୟୋଜିତ ହୋଇଥିବା ଖାଦ୍ୟ, ମନୋରଞ୍ଜନ, କାହାଣୀ ସହ ବଲିଉଡ୍ ନାଇଟ୍ସ ମଧ୍ୟ ମତୁଆଲା କରିଥିଲା ରାଜଧାନୀବାସୀଙ୍କୁ । ଖାସ୍ କରି ଖାଦ୍ୟପ୍ରେମୀ ମାନଙ୍କୁ ଏହି ଫେଷ୍ଟିଭାଲ୍ରେ ରହିଥିବା ବିଭିନ୍ନ ଖାଦ୍ୟର ପସରା ବେଶୀ ଆକୃଷ୍ଟ କରିପାରିଛି । ଏହାବ୍ୟତିତ ଶୀତୁଆ ସନ୍ଧ୍ୟାରେ ରାଜଧାନୀବାସୀ ଓ ଡଟ୍ ଫେଷ୍ଟ ଦେଖିବା ପାଇଁ ଆସିଥିବା ଲୋକମାନେ ଆମିଷ ଓ ନିରାମିଷ ଖାଦ୍ୟର ବେଶ ମଜା ଉଠାଇଥିଲେ।

ଏହି ଫେଷ୍ଟିଭାଲକୁ ବିଡିଏ ଓ ଓଡିଶା ପର୍ଯ୍ୟଟନ ପକ୍ଷରୁ ଆୟୋଜିତ କରାଯାଇଥିବା ବେଳେ ଓଡିଶା ପୁରୁଷ ହକି ବିଶ୍ୱକପ୍ ସହ ଆରମ୍ଭ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ଡିସେମ୍ବର ୯ ତାରିଖରେ ଡଟ୍ ଫେଷ୍ଟର ୯ମ ଦିନ କାର୍ଯ୍ୟକ୍ରମରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଡଟ୍ ଫେଷ୍ଟର ସଫଳତାରେ ସେ ବେଶ୍ ଖୁସି । ଏପରିକି ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ ଘୋଷଣା କରିଥିଲେ ।

Leave A Reply

Your email address will not be published.