Latest Odisha News

BREAKING NEWS

‘ଭକ୍ତମାନେ ଶ୍ରୀମନ୍ଦିରରେ ନଥିବା ସମୟରେ ହିଁ ରତ୍ନଗଣତି ପ୍ରକ୍ରିୟା ସହଜ ହେବ’

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ରତ୍ନଗଣତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଦ୍ୱିତୀୟ ହାଇଲେବଲ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଅରଜିତ ପଶାୟତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ହାଇଲେବଲ୍ କମିଟିର ସଦସ୍ୟ, ପରିଚାଳନା କିଛି ସଦସ୍ୟ ଉପସ୍ଥିତ ଥିଲେ ।

ଭର୍ଚୁଆଲ୍ ଯୋଗେ ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ ଓ ହାଇଲେବଲ୍ କମିଟିର ସଦସ୍ୟ ଡକ୍ଟର ରମାକାନ୍ତ ପଣ୍ଡା ବୈଠକରେ ଯୋଡି ହୋଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରାୟ ଦେଢଘଣ୍ଟା ପର୍ଯ୍ୟନ୍ତ ବୈଠକରେ ରତ୍ନଗଣତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଭକ୍ତମାନେ ଯେଉଁ ସମୟରେ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ନଥିବେ ସେହି ସମୟରେ ରତ୍ନଗଣତି ପ୍ରକ୍ରିୟା ସହଜ ହେବ । ତେଣୁ ରଥଯାତ୍ରା ସମୟରେ ରତ୍ନଗଣତି କରାଯିବା କଥା କହିଥିଲେ କମିଟିର ଅଧ୍ୟକ୍ଷ ଅରଜିତ ପଶାୟତ ।

Leave A Reply

Your email address will not be published.