Latest Odisha News

BREAKING NEWS

ଲକ୍ଷ୍ନୌ ଅଧିନାୟକ ଦାୟିତ୍ୱରୁ ଓହରିଲେ ରାହୁଲ !

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ଲେ ଅଫ ପ୍ରବେଶ ଆଶା କଠିନ ହୋଇଯାଇଛି । ବୁଧବାର ସନରାଇଜର୍ସ ବିପକ୍ଷ ମୁକାବିଲାରେ ଦଳ ଶୋଚନୀୟ ଭାବେ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଏହା ପରେ ଲକ୍ଷ୍ନୌ ଫ୍ରାଂଚାଇଜରର ମାଲିକ ପଡିଆରେ ଅଧିନାୟକ କେଏଲ ରାହୁଲଙ୍କ ଉପରେ ଅସନ୍ତୁୂଷ୍ଠ ହେଉଥିବା ଦେଖିବାକୁ ମିଳିଛି । ଏବେ ରିପୋର୍ଟ ମୁତାବକ ରାହୁଲ ବାକି ୨ଟି ମ୍ୟାଚରେ ବ୍ୟାଟିଂ ପ୍ରତି ଧ୍ୟାନ ଦେବା ଉଦ୍ଦେଶ୍ୟରେ ଅଧିନାୟକ ଦାୟିତ୍ୱରୁ ଓହରିଛନ୍ତି । ଅବଶ୍ୟ ଏ ପର୍ଯ୍ୟନ୍ତ ଟିମ ମ୍ୟାନେଜମେଂଟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇ ନାହିଁ । ହାତରେ ଆଉ ୫ ଦିନ ସମୟ ଥିବାରୁ ଟିମ ମ୍ୟାନେଜମେଂଟ ଯାହା ନିଷ୍ପତି ନେବେ ତାହା ଗ୍ରହଣ କରାଯିବ ବୋଲି ରାହୁଲ କହିଛନ୍ତି ।

ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ପିଚରେ ଲକ୍ଷ୍ନୌ ୧୬୭ ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ରାହୁଲ ୩୩ ବଲରେ ୨୯ ରନ କରି ସମାଲୋଚିତ ହୋଇଛନ୍ତି । ଲକ୍ଷ୍ନୌ ଏହା ପରେ ଦିଲ୍ଲୀ ଓ ମୁମ୍ବାଇ ବିପକ୍ଷରେ ମ୍ୟାଚ ଖେଳିବ । ଏହି ୨ଟି ମ୍ୟାଚ ବିଜୟ ହାସଲ କଲେ ସମ୍ଭାବନା ଉଜ୍ଜୀବୀତ ରହିବ ।

Leave A Reply

Your email address will not be published.