Latest Odisha News

BREAKING NEWS

ନାମାଙ୍କନ ଦାଖଲ ବେଳେ ପ୍ରଶାନ୍ତ ଓ ଅରିନ୍ଦମଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା

କଟକ: କଟକ ଜିଲ୍ଲା ସାଲେପୁର ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଭିନେତା ତଥା ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ସେହିପରି ଏହି ଆସନ ପାଇଁ ବିଜେଡି ତରଫରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ବେହେରା। ସେମାନେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ସେମାନେ ନାମାଙ୍କନ ପତ୍ର ଦାଖଲ କଲା ବେଳେ ସେମାନଙ୍କ ସମର୍ଥକ ଅର୍ଥାତ୍ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲାର ମାହୋଲ ଦେଖିବାକୁ ମିଳିଥିଲା ।

ପ୍ରଥମେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ସେ ନାମାଙ୍କନ ଦାଖଲ କରୁଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ନିଜ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଆସିଥିଲେ। ସେହି ସମୟରେ ଦୁଇ ଦଳର ସମର୍ଥକଙ୍କ ସହ ଠେଲାପେଲା ଓ ନାରାବାଜି ହୋଇଥିଲା। ତେବେ ପୋଲିସ୍ ଉପସ୍ଥିତରେ ଏସବୁ ଘଟଣା ଘଟିଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ୍କୁ ନାକେଦମ ହେବାକୁ ପଡ଼ିଥିଲା। ଉପସ୍ଥିତ ପୁଲିସ କର୍ମଚାରୀଙ୍କ ସହିତ ବିଜେଡି ସମର୍ଥକଙ୍କ ପାଟିତୁଣ୍ଡ ମଧ୍ୟ ହୋଇଥିଲା।

Leave A Reply

Your email address will not be published.