Latest Odisha News

BREAKING NEWS

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ଚିକ୍ରକୋଣ୍ଡାର ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ଜୁମାଡାଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ ହୋଇଛି ।

ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଜଙ୍ଗଲରେ  ମାଓ କ୍ୟାମ୍ପ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ଏସଓଜି ଓ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷାବାହୀନିକୁ ଦେଖି ଗୁଳି ଚଳାଇଥିଲେ ମାଓବାଦୀ । ପାଲଟା ଜବାବ ଦେଇତିଲେ ସୁରକ୍ଷାବାହିନୀ ।

ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ସର୍ଚ୍ଚ ଅପରେସନ୍ ଚାଲିଛି । ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ ।

 

Leave A Reply

Your email address will not be published.