Latest Odisha News

ପୁଲୱାମା ଏନକାଉଣ୍ଟରରେ ୨ ଆତଙ୍କବାଦୀ ହଫିଜ୍ ଓ ସହିଦ ନିପାତ

ଜମ୍ମୁ :ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ । ପୁଲୱାମା ଜିଲ୍ଲାର ମିତ୍ରିଗମ୍ ଇଲାକାରେ ବୁଧବାର ସାରାରାତି ଜାରି ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅଲବନ୍ଦ୍ର ସଂଗଠନର ଏହି ଦୁଇ ଆତଙ୍କବାଦୀ ହେଉଛନ୍ତି ଏଜାଜ ହଫିଜ୍ ଓ ଶହିଦ୍ ଅୟୁବ । ଏମାନଙ୍କ ପାଖରୁ ୨ଟି ଏକେ ୪୭ ରାଇଫଲ୍ସ ମଧ୍ୟ ଜବତ ହୋଇଛି ।

ଏପ୍ରିଲ ମାସରେ ଏଠାରେ ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏମାନେ ସାମିଲ ଥିଲେ ।  ଏହି ଏନକାୁଣ୍ଟର ଯୋଗୁଁ ପୁଲୱାମାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା । ଏକ ବଡ ବଚିଚାରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇବା ପରେ କଶ୍ମୀର ପୋଲିସ ଓ ସୁରକ୍ଷା ବଳ ମିଳିତ ଭାବେ ଏମାନଙ୍କୁ ଟାର୍ଗେଟ କରିଥିଲେ । ଫଳରେ ପୁରା ମିତ୍ରିଗମ ଗାଁକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।

ବଗିଚାକୁ ଘେରାବନ୍ଦୀ କରିବା ପରେ ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ । ସୁରକ୍ଷାବଳର ପାଲଟା ଗୁଳିମାଡରେ ୨ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ସୁରକ୍ଷାବଳର ଜଣେ ସୈନିକ ଆହତ ହୋଇଥିବା ଜଣାପଡିଛି ।
Leave A Reply

Your email address will not be published.