Latest Odisha News

ନିଲମ୍ବିତ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ : ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି । ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି ।

ଚଢ଼ାଉ ବେଳେ ତିନୋଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ । ମାସକ ତଳେ ଗଞ୍ଜେଇ ଚୋରାଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲ୍ ଯାଇଥିଲେ ଜୟଦାସ । ଜାମିନ୍ ପାଇବା ପରେ ପୋଲିସ୍ ହେଡ୍ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ । ଜୟଦାସ ମାଥିଲି ଥାନା କର୍ତନ ପାଲି ବିଟ୍ ହାଉସରେ କାର୍ଯ୍ୟରତ ଥିଲେ ।

ତେବେ ଆଜି ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।

Leave A Reply

Your email address will not be published.