ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡିସାରିଛି । ଦଳର କୋଚ ଷ୍ଟିଫେନ ଫ୍ଲେମିଂ ଏବେ ସ୍ୱୀକାର କରିଛନ୍ତି ଯେ, ମେଗା ନିଲାମରେ ଖେଳାଳି ଚୟନରେ ଆମେ ମସ୍ତବଡ ଭୁଲ କରିଛୁ । ୫ଥର ଚାମ୍ପିୟନ ଚେନ୍ନାଇର ରଣନୀତି ପ୍ରଶଂସକଙ୍କୁ ନିରାଶ କରିଛି । ଚେନ୍ନାଇର ଷ୍ଟାର ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନକୁ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ସମାଲୋଚନା କରିଛନ୍ତି । ୧୮ କୋଟିର ଖେଳାଳି ହେବା ସତ୍ୱେ ଜାଡେଜା ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଚେନ୍ନାଇ ଟିମ ସତେ ଯେପରି ଘରକୁ ଫେରିବା ପାଇଁ ବ୍ୟଗ୍ର ହୋଇ ପଡିଛନ୍ତି । କେହି ଜଣେ ପ୍ରଭାବିତ କରିପାରି ନାହାନ୍ତି ।
ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ତାଙ୍କଠାରୁ ଦଳ ବହୁତ କିଛି ଆଶା କରିଥିଲା । ସେ ବଡ ସ୍କୋର କରିଲେ ନାହିଁ କିମ୍ବା ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଲେ ନାହିଁ । ୧୭୦ରୁ ୧୮୦ କରିବା ବଦଳରେ ଦଳ ୧୫୪ ରନରେ ସୀମିତ ରହିଥିଲା । ଜାଡେଜାଙ୍କ ପ୍ରଦର୍ଶନ ମୋତେ ବିଶେଷ ଭାବେ ନିରାଶ କରିଛି ବୋଲି ସେହ୍ୱାଗ କହିଛନ୍ତି ।
Comments are closed.