ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ-କାଶ୍ମୀର ପୋଲିସ ସେନା, ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସହିତ ମିଶି ସମ୍ବେଦନଶୀଳ ଅଞ୍ଚଳରେ ଏକ ବଡ଼ ଧରଣର ତଲାସୀ ଏବଂ ଘେରାବନ୍ଦୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ, ଅନନ୍ତନାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛନ୍ତି।ଏପର୍ଯ୍ୟନ୍ତ ପ୍ରାୟ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ନେଟୱାର୍କକୁ ଭାଙ୍ଗିବା ପାଇଁ ସେମାନଙ୍କୁ ପଚରାଉଚରା କରାଯାଉଛି।
ଜିଲ୍ଲା ପୋଲିସ ସୂଚନା ଦେଇ କହିଛନ୍ତି ଯେ, ପହଲଗାମ ଘଟଣା ପରେ ଆତଙ୍କବାଦ ତଥା ଏହାର ଇକୋସିଷ୍ଟମକୁ ରୋକିବା ପାଇଁ ସେନା, CRPF ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ମିଳିତ ସହଯୋଗରେ ପୋଲିସ ଅନନ୍ତନାଗ ଜିଲ୍ଲାରେ ବ୍ୟାପକ ସର୍ଚ୍ଚ ଏବଂ କର୍ଡନ ଅପରେସନ ଆରମ୍ଭ କରିଛି । ଦିନ ରାତି ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କୀ କାର୍ଯ୍ୟକଳାପରେ ସହାୟତା କରୁଥିବା ନେଟଓ୍ବାର୍କକୁ ଭାଙ୍ଗିବାକୁ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।
ଆହୁରି ମଧ୍ୟ କହିଛନ୍ତି ଯେ, ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି । ଅତିରିକ୍ତ ମୋବାଇଲ ଭେଇକିଲ ଚେକପଏଣ୍ଟ ସ୍ଥାପନ କରାଯାଇଛି । ଆତଙ୍କବାଦୀଙ୍କ ଉପସ୍ଥିତିକୁ ଶେଷ କରିବା ଓ ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ, ଆମ୍ବୁସ୍ ଏବଂ ଜୋରଦାର ପାଟ୍ରୋଲିଂ ଆରମ୍ଭ କରାଯାଇଛି । ବିଶେଷ କରି ଜଙ୍ଗଲ ଅଞ୍ଚଳରେ ଏହାକୁ ଜୋରଦାର କରାଯାଇଛି ।
ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି ଏବଂ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ନିକଟସ୍ଥ ପୋଲିସ ଷ୍ଟେସନକୁ ରିପୋର୍ଟ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ସୁରକ୍ଷା ବାହିନୀ ଜମ୍ମୁ ଏବଂ କାଶ୍ମୀରର ଦକ୍ଷିଣ କାଶ୍ମୀରର ଅନନ୍ତନାଗ, ପୁଲୱାମା, ଶୋପିଆନ ଏବଂ କୁଲଗାମ ଜିଲ୍ଲାରେ ଲସ୍କର-ଏ-ତୈବା (LeT) କମାଣ୍ଡର ସମେତ ପାଞ୍ଚ ଜଣ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛନ୍ତି।
Kupwara, Jammu and Kashmir | Acting on specific intelligence inputs, a joint operation was launched today by the Special Operations Group (SOG) Camp Machil and the Indian Army’s 12 SIKHLI unit in the forested area of Sedori Nala, Mushtaqabad Machil (Samsha Behak forest region).… pic.twitter.com/ASpT5NJS7z
— ANI (@ANI) April 26, 2025
କୁପୱାଡ଼ାର ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ, ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (SOG) କ୍ୟାମ୍ପ ମାଛିଲ୍ ଏବଂ ଭାରତୀୟ ସେନାର ୧୨ ସିଖଲି ୟୁନିଟ୍ ଦ୍ୱାରା ସେଦୋରି ନାଲା ମୁସ୍ତାକବାଦ ମାଛିଲ୍ର ଜଙ୍ଗଲ ଅଞ୍ଚଳରେ ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଅପରେସନ୍ ସମୟରେ, ଏକ ଆତଙ୍କବାଦୀ ଆଡ୍ଡା ଚିହ୍ନଟ କରାଯାଇ ଧ୍ୱଂସ କରାଯାଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ଏଥିରେ ୫ଟି AK-47 ରାଇଫଲ୍, ୮ଟି AK-47 ମ୍ୟାଗାଜିନ୍, ଗୋଟିଏ ପିସ୍ତଲ, ଗୋଟିଏ ପିସ୍ତଲ ମ୍ୟାଗାଜିନ୍, ୬୬୦ ରାଉଣ୍ଡ AK-47 ଗୁଳି-ବାରୁଦ, ଗୋଟିଏ ପିସ୍ତଲ ରାଉଣ୍ଡ ଏବଂ ୫୦ ରାଉଣ୍ଡ M4 ଗୁଳି ବାରୁଦ ଅନ୍ତର୍ଭୁକ୍ତ।
Comments are closed.