Latest Odisha News

ଠକ ତାନ୍ତ୍ରିକ କୈଫି ଖାନ ନାଁରେ ୮୦ଟି ବ୍ୟାଙ୍କ ଆକାଉଣ୍ଟ, ସାଲେପୁରରେ ଜମି

କଟକ: ଠକେଇ ମାମଲାରେ ମଙ୍ଗଳବାଗ ପୋଲିସ ଗିରଫ କରିଥିବା ତାନ୍ତ୍ରିକ କୈଫି ଖାନ୍ ନାଁରେ ବିଭିନ୍ନ ବ୍ୟାଙ୍କରେ ୮୦ଟି ଆକାଉଣ୍ଟ ଥିବା ଜଣାପଡ଼ିଛି । ସାହାରାରେ ମଧ୍ୟ କୈଫି ଖାନର ଏକାଧିକ ଆକାଉଣ୍ଟ ରହିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ ।

୮୦ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରେ କେତେ ଟଙ୍କା ଜମା ରହିଛି ଜଣାପଡ଼ିନି । ତେବେ ସାଲେପୁର ନିକଟ ପାଗାରେ କୈଫି ଖାନର ଏକ ପ୍ଲଟ୍ ରହିଛି । ନିକଟରେ ୬୨ ଲକ୍ଷ ଟଙ୍କା ଠକେଇ ନେଇ ଜଣେ ମହିଳାଙ୍କ ଅଭିଯୋଗରେ କୈଫିକୁ ଗିରଫ କରିଥିଲା ପୋଲିସ । ଘରେ ଥିବା ଖରାପ ଶକ୍ତିକୁ ବାହାର କରିବା ଲାଗି କୈଫି ୬୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

କୈଫି କାନ ଗିରଫ ପରେ ତା ବିରୋଧରେ ରାଜ୍ୟର ଅନେକ ସ୍ଥାନରୁ ଠକେଇ ଅଭିଯୋଗ ଆସିବାରେ ଲାଗିଛି । ଏବେ ଯାଏ କୈଫି ଖାନ୍ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ଜଣେ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଛି । କୈଫିର ଗ୍ୟାଙ୍ଗରେ ଆଉ ୫ ଜଣ ସାମିଲ୍ ଥିବା ବେଳେ ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରୁଛି ।

ତେବେ ବିମୁଦ୍ରୀକରଣ ସମୟରେ କୈଫି ଖାନ୍ କୋଲକାତାର ଜଣଙ୍କ ଠାରୁ ୧ କୋଟି ଟଙ୍କା ଆଣିଥିଲା । ଆଶ୍ୱାସନା ଦେଇଥିଲା କମିଶନ ରଖି ବ୍ୟାଙ୍କରେ ଟଙ୍କା ଜମା କରି ଦେବ । ଉକ୍ତ ମାମଲାରେ ବି ପୋଲିସ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.