Latest Odisha News

BREAKING NEWS

୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ, ସ୍ୱଦେଶ ଫେରିଯିବି : ପାଣ୍ଡ୍ୟା

ମେଲବୋର୍ଣ୍ଣ: ୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ । ସ୍ୱଦେଶ ଫେରିଯିବି ବୋଲି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ସିରିଜର ଅନ୍ତିମ ମ୍ୟାଚ ପରେ କହିଛନ୍ତି । ମ୍ୟାନ ଅଫ ଦି ସିରିଜ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବଳରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାଜିତ କରିଛି । ପରିବାର ସହିତ କିଛି ସମୟ କାଟିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

ଯଦି ଟେଷ୍ଟ ଟିମ୍ ପାଇଁ ଡାକରା ଆସେ, ତାହାହେଲେ କଣ କରିବେ ପ୍ରଶ୍ନର ଉତରରେ ସେ କହିଥିଲେ, ମୁଁ ଭବିଷ୍ୟତ କଥା ବେଶି ଚିନ୍ତା କରେ ନାହିଁ । ସୂଚନାଯୋଗ୍ୟ, ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳି ନାହିଁ ।

Leave A Reply

Your email address will not be published.