Latest Odisha News

BREAKING NEWS

କୃଷି ବିଜ୍ଞାନ ଛାତ୍ରଛାତ୍ରୀ ହିଁ ଦେଶ ପ୍ରଗତିର ପୁରୋଧା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପରିସରରେ ଜି-୨୦ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବରିଷ୍ଠ ପ୍ରଶାସକ ତଥା କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ବିଭାଗର ସଚିବ ଜତୀନ୍ଦ୍ର ନାଥ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ବିଜ୍ଞାନର ଉନ୍ନତି ହିଁ ଦେଶର ଉନ୍ନତି ବୋଲି କହିଛନ୍ତି ।

କୃଷି, ମତ୍ସ୍ୟ, ପଶୁସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧି ଦେଶକୁ ଅଗ୍ରସର କରିଛି ଓ ଏହି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ର ଉନ୍ନତି ଏକ ସାମଗ୍ରିକ ବିକାଶ ଦିଗରେ ସାହାଯ୍ୟ କରୁଛି । ଅତଏବ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ, କୃଷକ ଓ ଛାତ୍ରଛାତ୍ରୀମାନେ ହିଁ ଦେଶର ଆଗାମୀ ପ୍ରଗତି ର ମୁଖ୍ୟ ପୁରୋଧା ହେବେ ବୋଲି ଶ୍ରୀ ସ୍ୱାଇଁ କହିଥିଲେ ।

୨୦୪୭ ବେଳକୁ ଦେଶରେ କୃଷି, ମତ୍ସ୍ୟ, ପଶୁସମ୍ପଦ ଓ ଏହାର ଉତ୍ପାଦ ମାନଙ୍କର ବଜାରୀକରଣ ହିଁ ଗୋଟିଏ ଦେଶର ଉନ୍ନତିରେ ସହାୟକ ହେବ ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କୃଷି ଓ ପଶୁସମ୍ପଦର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।

ଉତ୍ସବ ରେ ଅନ୍ୟତମ ଅତିଥି ଭାବେ ଆଇଏଏସର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଯୋଗ ଦେଇ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।
ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଙ୍କ ମଂଚ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କୃଷି ମହାବିଦ୍ୟାଳୟ ର ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ କୃଷି ବିଜ୍ଞାନ ଓ ପଶୁ ସଂପଦ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଡକ୍ଟର ଅଂଶୁମାନ ଜେନା ଉତ୍ସବ ପରିଚାଳନା କରିଥିଲେ ।

Leave A Reply

Your email address will not be published.