Latest Odisha News

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି, କେଜ୍ରିଓ୍ବାଲଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: ତିହାଡ ଜେଲରୁ ମହାଠକ ସୁକେଶ ଚନ୍ଦ୍ରଶେଖର ପଠାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଜେଲରେ ଭିତରେ ରହି ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି ସୁକେଶ ଲେଖିଥିବା ଅଭିଯୋଗ ହୋଇଛି । ଚିଠିରେ ସୁକେଶ ଲେଖିଛନ୍ତି ଏକ ନମ୍ବରକୁ ୩ଦିନ ହେବ ତାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍ ଆସୁଛି  । ଏବଂ ଏଥିରେ ତାଙ୍କ ପରିବାର ଲୋକଙ୍କୁ ଧମକ ମିଳୁଥିବା ସେ କହିଛନ୍ତି । ଏହା ସହ ସୁକେଶ ଲେଖିଛନ୍ତି ତାଙ୍କୁ ଜେଲରେ ମଧ୍ୟ ଧମକ ମିଳୁଛି । ଜେଲରେ ବନ୍ଦୀଥିବା ଆପନେତା, କେଜ୍ରିୱାଲଙ୍କ ସର୍ମଥନରେ ଥିବା ଅଫିସରେ ତାଙ୍କୁ ଧମକ ଦେଉଥିବା ସେ ଚିଠରେ ସ୍ପଷ୍ଟ ଲେଖିଛନ୍ତି ।

ଏହା ସହ ସୁକେଶ ଚିଠିରେ ଲେଖିଛନ୍ତି ଏସବୁ ଧମକକୁ ସେ ଡରନ୍ତି ନାହିଁ । ଖୁବଶୀଘ୍ର ସେ ସିବିଆଇ ସାମ୍ନାରେ ତାଙ୍କ ମୁଖା ଖୋଲିଦେବେ । ସୁକେଶ ଚନ୍ଦ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରି ଲେଖିଛନ୍ତି ଯେଉଁଠାରୁ କେଜ୍ରିୱ୍ବାଲ ନିର୍ବାଚନ ଲଢ଼ିବେ ତାଙ୍କୁ ଟକ୍କର ଦେବକା ସେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ସେଠାରୁ ଲଢ଼ିବେ। ଏପରକି ସୁକେଶ ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କୁ ତାମିଲନାଡ଼ୁ ଲୋକସଭା ନିର୍ବାଚନରେ ଟିକେଟ୍ ଦେବାକୁ ଲୋଭ ଦେଖାଇଛନ୍ତି ।

ଏହା ପ୍ରଥମ ଥର ନୁହେଁ ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇବା । ଏହା ପୂର୍ବରୁ ମଧ୍ୟ ଅନେକ ଥର ସୁକେଶ କେଜ୍ରିଓ୍ବାଲଙ୍କ ବିରୋଧ ଅଭିଯୋଗ କରିବା ସହ ଆରୋପ ଲଗାଇଛନ୍ତି । ମେ’ ୨୦୨୩ରେ ସୁକେଶ ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ । ଅରବିନ୍ଦ୍ର କେଜ୍ରିୱ୍ବାଲ ସରକାରୀ ବାସଭବନ ସଜାଇବାକୁ ଜିନିଷ କିଣାକିଣି କରିଥିଲେ  । ଏହି କିଣାବିକାର ତଦନ୍ତ କରିବାକୁ ସେ ଚିଠି ମାଧ୍ୟମରେ ଉପରାଜ୍ୟପାଳଙ୍କ ନିକଟରେ ତାଙ୍କ ଦାବି ରଖିଥିଲେ ।

Leave A Reply

Your email address will not be published.