ଭୁବନେଶ୍ୱର: ଓଡ଼ିଶା ସରକାର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି।
ଗୃହ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୦୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ବର୍ତ୍ତମାନ ସ୍ପେଶାଲ୍ ଇଣ୍ଟେଲିଜେନ୍ସ ୱିଙ୍ଗ (SIW) ରେ ଡିଆଇଜି ଭାବରେ ନିଯୁକ୍ତ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜରେ ଅତିରିକ୍ତ ଦାୟିତ୍ୱ ମିଳିଛି।
ସେହିପରି, ୨୦୧୦ ବ୍ୟାଚ୍ ଆଇପିଡି ଅଧିକାରୀ କନୱର ବିଶାଲ ସିଂହ। ଯିଏକି ବର୍ତ୍ତମାନ ଡିଆଇଜି, ଦକ୍ଷିଣ ପଶ୍ଚିମ ରେଞ୍ଜ ଭାବରେ ନିଯୁକ୍ତ। ତାଙ୍କୁ ଏବେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) ରେ ଡିଆଇଜି ଭାବରେ ନିଯୁକ୍ତ କରାଯାଇଛି।

Comments are closed.