ନୂଆଦିଲ୍ଲୀ: ବାଂଲାଦେଶରେ ଡୋନାଲ୍ଡ ଟ୍ରମ୍ପ ନାମରେ ଲୋକପ୍ରିୟତା ହାସଲ କରିଥିବା ଧଳା ମଇଁଷି କୁର୍ବାନୀ ଉପରେ ରୋକ ଲଗାଯାଇଛି । ଏଏନଆଇ ରିପୋର୍ଟ ଅନୁସାରେ ଇଦରେ ଏହାକୁ କୁର୍ବାନୀ ଦେବା ପାଇଁ ମହମ୍ମଦ ଶୋରେନ ୩ ଲକ୍ଷ ଟଙ୍କାରେ ଏହାକୁ କିଣିଥିଲେ । ପୂର୍ବରୁ ଏହି ମଇଁଷି ଢ଼ାକାର ରବେୟା ଏଗ୍ରୋ ଫାର୍ମରେ ରହୁଥିଲା । ୭୦୦ କିଲୋଗ୍ରାମ ଓଜନର ଏହି ମଇଁଷି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରି ଦେଖା ଯାଉଥିଲା । ବାଂଲାଦେଶ ସରକାର ମଇଁଷିର ଲୋକପ୍ରିୟତା ଦେଖି ଏହାକୁ କୁର୍ବାନୀ ନ ଦେବା ପାଇଁ କହିଥିଲେ । ଗୃହମନ୍ତ୍ରୀ ସଲ୍ଲାଉଦ୍ଦିନ ଅହମ୍ମଦ ସ୍ପଷ୍ଟ କରିଛନ୍ତି ଯେଉଁ ବ୍ୟକ୍ତି ଏହି ମଇଁଷି କିଣିଥିଲେ ତାଙ୍କୁ ତାଙ୍କ ସମସ୍ତ ଟଙ୍କା ଫେରସ୍ତ କରାଯିବ ।
ଏବେ ଏହି ଲୋକପ୍ରିୟ ମିଁଷିକୁ ନ୍ୟାଶନାଲ ଜୁରେ ରଖାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ କର୍ମଚାରୀ ନିଯୁକ୍ତ କରାଯାଇଛି । ୨ ସପ୍ତାହ ଏହା କ୍ୱାରେଂଟାଇନରେ ରହିବା ପରେ ସାଧାରଣ ଜନତା ଏହାକୁ ଦେଖିପାରିବେ । ସୁନେଲୀ ରଙ୍ଗର କେଶ ଯୋଗୁ ଏହା ଟ୍ରମ୍ପଙ୍କ ପରି ଦେଖାଯାଉଛି ବୋଲି ଲୋକମାନେ ମଜାରେ କହିଥିଲେ । ଧୀରେ ଧୀରେ ଏହାର ନାମ ଟ୍ରମ୍ପ ରହି ଯାଇଥିଲା । ବାଂଲାଦେଶରେ ଏଲବିନୋ ମଇଁଷି ବିରଳ । ଏହାର ରଙ୍ଗ ପ୍ରାୟତଃ କଳା ରହିଥାଏ, ବହୁତ କମ କ୍ଷେତ୍ରରେ ଏହା ଧଳା ଦେଖା ଯାଇଥାଏ ।