Latest Odisha News

BREAKING NEWS

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରୁ ମୂର୍ତ୍ତି ଖସି ସେବାୟତ ଆହତ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଅଘଟଣ । ଉଗ୍ର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡ଼ଥିବା ବେଳେ ଏଥିରେ ଜଣେ ସେବାୟତ ଆହତ ହୋଇଛନ୍ତି । କୁନୁ ମହାପାତ୍ର ନାମକ ଜଣେ ସେବାୟତଙ୍କ ଗୋଡ଼ରେ ଆଘାତ ଲାଗିଛି । ସକାଳେ ମନ୍ଦିରରେ ସେବାୟତ ଜଣଙ୍କ ଉଗ୍ର ନୃସିଂହ ଲୁଗା ପରିଧାନ କରାଉଥିଲେ ।

ସେହି ସମୟରେ ଉଗ୍ର ନୃସିଂହଙ୍କ କୋଳରେ ଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିପଡ଼ି ଡାହାଣ ଗୋଡ଼ରେ ମାଡ଼ ହୋଇଥିଲା । ସେବାୟତଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନା ନିଆଯାଇଥିବା ବେଳେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ ମୂର୍ତ୍ତି ଆଘାତରେ ଗୋଡ଼ ହାଡ଼ ଦୁଇଖଣ୍ଡ ହୋଇଯାଇଛି ।

Leave A Reply

Your email address will not be published.