Latest Odisha News

BREAKING NEWS

ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ, ୨ ମୃତ

ବ୍ରହ୍ମପୁର: ଟ୍ରାନ୍ସଫର୍ମରରେ ପିଟି ହେଲା ମାଛ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗାଡ଼ି ଡ୍ରାଇଭର ଓ ସୁପରଭାଇଜର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଗୁରୁତର ହୋଇଛନ୍ତି ହେଲପର । ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା ଅନନ୍ତରାୟପୁରରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ମାଛ ନେବା ପାଇଁ ତାମିଲନାଡୁରୁ ଟ୍ରକଟି ଅନନ୍ତରାୟପୁର ଆସିଥିଲା । ବିଳମ୍ବିତ ରାତିରେ ବ୍ୟାକ୍ କରିବା ବେଳେ ଟ୍ରାନ୍ସଫର୍ମରକୁ ଧକ୍କା ଦେଇଥିଲା । ବିଦ୍ୟୁତ ଆଘାତରେ ତଳେ ପଡ଼ିଯାଇଥିଲେ ହେଲପର । ହେଲପରଙ୍କ ପାଟି ଶୁଣି ଡ୍ରାଇଭର ଓ ସୁପରଭାଇଜର ଗାଡି ଡୋର ଖୋଲି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ।

ସେମାନେ ଡୋରକୁ ଧରିବାରୁ ସେମାନଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ ଓ ପୋଲିସ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ । ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲପରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Leave A Reply

Your email address will not be published.