Latest Odisha News

BREAKING NEWS

ଜାତିସଂଘରେ ମାସୁଦକୁ ଚୀନର ସମର୍ଥନ ପ୍ରସଙ୍ଗ: ଏକାଧିକ ରାଷ୍ଟ୍ରଙ୍କ ତୀବ୍ର ଅସନ୍ତୋଷ

ନ୍ୟୁୟର୍କ: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ମାସୁଦ ଆଝାର ପ୍ରସଙ୍ଗରେ ଜାତିସଂଘରେ ଭାରତକୁ ମିଳିଛି ବଡ଼ ଝଟକା । ମାସୁଦ ଆଝାରକୁ ଆନ୍ତର୍ଜାତୀକ ଆତଙ୍କବାଦୀ ଘୋଷଣା ନେଇ ମିଳିତ ଜାତିସଂଘରେ ଏକ ପ୍ରସ୍ତାବକୁ ଚୀନ ବାଧା ଦେବାରେ ସଫଳ ହୋଇଛି ।

ଆତଙ୍କୀ ମାସୁଦ ଆଝାରକୁ ମିଳିତ ଜାତିସଂଘ ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ଆନ୍ତର୍ଜାତୀକ ଆତଙ୍କବାଦୀ ଭାବେ ନାମିତ କରିବା ନେଇ ଅନ୍ୟ ରାଷ୍ଟ୍ରମାନଙ୍କ ସମର୍ଥନ ବିରୋଧରେ ଚୀନ ସ୍ୱର ଉତ୍ତୋଳନ କରିଛି । ସବୁଠୁ ବଡ଼ କଥା ହେଲା ଏହାକୁ ମିଶାଇ ୫ଥର ଲାଗି ପଡ଼ୋଶୀ ଚୀନ ଭାରତରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ସମର୍ଥନ କରିଛି । ଏପରିକି ପୁଲୱାମା ବିସ୍ଫୋରଣରେ ଲାଗି ଦାୟୀ ଥିବା ଆତଙ୍କବାଦୀ ମାସୁଦ ଆଝାର ଅନ୍ୟତମ ।

“WE ARE DISAPPOINTED BY THIS OUTCOME. THIS HAS PREVENTED ACTION BY THE INTERNATIONAL COMMUNITY TO DESIGNATE THE LEADER OF JAISH-E-MOHAMMED (JEM), A PROSCRIBED AND ACTIVE TERRORIST ORGANIZATION WHICH HAS CLAIMED RESPONSIBILITY FOR THE TERRORIST ATTACK IN JAMMU AND KASHMIR ON FEBRUARY 14, 2019,” THE MINISTRY OF EXTERNAL AFFAIRS SAID, IN A STATEMENT.

ମାସୁଦ ଆଝାରକୁ ଆନ୍ତର୍ଜାତୀକ ଆତଙ୍କବାଦୀ ଭାବେ ନାମିତ କରିବା ଲାଗି ଭାରତର ବିଶ୍ୱସ୍ତରୀୟ ଯୋଜନାକୁ ପୁଣି ଥରେ ଚୀନ ଧୂଳିସାତ୍ କରିଦେଇଛି । ଭାରତର ଏହି ମାସୁଦ ମିଶନ ସଫଳ ହେବାଲାଗି ଭାରତ ଦୀର୍ଘ ଦିନ ଧରି କୁଟନୈତିକସ୍ତରରେ ପ୍ରଚେଷ୍ଟା ଜାରି ରଖିଛି ।

 “WE WILL CONTINUE TO PURSUE ALL AVAILABLE AVENUES TO ENSURE THAT TERRORIST LEADERS WHO ARE INVOLVED IN HEINOUS ATTACKS ON OUR CITIZENS ARE BROUGHT TO JUSTICE,” THE MINISTRY OF EXTERNAL AFFAIRS STATEMENT ADDED.

ଏଥିରେ ଭାରତୀୟ ମିଶନ ଏବେ ନହେଲେ ଡ଼େରିରେ ହେଲେ ବି ସଫଳ ହେବ ବୋଲି କୁଟନୀତି ବିଶାରଦମାନେ ଆକଳନ କରିଛନ୍ତି ।

ଆମେରିକା ଦୂତାବାସର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ସଂଯୁକ୍ତ ରାଷ୍ଟ୍ରର ବିଚାର ବିମର୍ଶ ସମିତି ଗୋପନୀୟ । ଆମେ କୌଣସୀ ବରିଷ୍ଠ ମାମଲାରେ ଟିପ୍ପଣୀ କରୁ ନାହୁଁ । ଚୀନ ସମ୍ବନ୍ଧରେ ସଂଯୁକ୍ତ ରାଜ୍ୟ ଆମେରିକା ଏବଂ ଚୀନ କ୍ଷେତ୍ରୀୟ ସ୍ଥିରତା ଓ ଶାନ୍ତି ପ୍ରାପ୍ତ କରିବା ପାଇଁ ଆପସ ବୁଝାମଣ କରିବେ । ସେହି ସମୟରେ ଦୂତାବାସର ଅନ୍ୟ ଜଣେ ଦୂତ କହିଛନ୍ତି କି, ଚୀନର ସହାୟତାରେ ପାକିସ୍ତାନ ମସୁଦକୁ ଆତଙ୍କବାଦୀ ଘୋଷଣା କରାଯିବା ନେଇ ବର୍ତି ଯାଉଛି । ଏହା ୪ର୍ଥ ଥର ପାଇଁ ଘଟିଛି । ତେବେ ଚୀନ ଯଦି ଏହିଭଳି ବ୍ୟବହାର କରିବ ତାହା ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନ୍ୟ ଦେଶମାନେ ପଦକ୍ଷେପ ନେବେ ।

ଚୀନ ଚତୁର୍ଥ ଥର ପାଇଁ ବାଧା ସୃଷ୍ଟି କରିଛି । ସୁରକ୍ଷା ପରିଷଦ ଚୀନକୁ ଯେଉଁ କାର୍ଯ୍ୟ ସମର୍ପଣ କରିଛି ତାହାକୁ ସମ୍ପାଦନ କରିବା ଉଚିତ୍ ବୋଲି ଅନ୍ୟ ଜଣେ ଦୂତ ଜବାବ ଦେଇଛନ୍ତି । ସେହି ସମୟରେ ଆମେରିକୀୟ କଂଗ୍ରେସ ସଦସ୍ୟ ବ୍ରେଡ ଶରମ୍ୟାନ ଚୀନର ଏହି ପଦକ୍ଷେପକୁ ଅସ୍ୱୀକାର୍ଯ୍ୟ କହିଛନ୍ତି । ତେବେ ଚୀନର ଏହି ପଦକ୍ଷେପ ଦ୍ୱାରା ଭାରତକୁ ଝଟକା ଲାଗିଛି ।

ମାସୁଦ ଆଝାରର ଆତଙ୍କବାଦୀ ସଂଗଠନ ଏବଂ ତାହାର କାର୍ଯ୍ୟକଳାପକୁ ନେଇ ଭାରତ ବିଶ୍ୱସ୍ତରରେ ବିଭିନ୍ନ ରାଷ୍ଟ୍ରମାନଙ୍କ ସହିତ ଏପରିକି ଜାତିସଂଘ ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ଆଲୋଚନା ଜାରି ରଖିଛି ।

Leave A Reply

Your email address will not be published.