Latest Odisha News

BREAKING NEWS

ବିଜେଡିର ଇସ୍ତାହାର କମିଟି ଘୋଷଣା କଲେ ନବୀନ

ଭୁବନେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁବାର ଦିନ ବିଜେଡି ଇସ୍ତାହାର କମିଟିର ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରଓ୍ଵାଲ୍ ଇସ୍ତାହାର କମିଟିର ଅଧ୍ୟକ୍ଷ ହୋଇଥିବାବେଳେ ପ୍ରସନ୍ନ ଆଚାର‌୍ୟ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, କସ୍ତୁରୀ ମହାପାତ୍ର, ପଦ୍ମନାଭ ବେହେରା ଓ ମଙ୍ଗଳା କିଷାନ କମିଟିର ସହ-ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

ଆହୁରି ମଧ୍ୟ ଏହି କମିଟିରେ ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ନବ ଦାସ, ନଳିନୀ ପ୍ରଧାନ, ସୁବାସ ସିଂ,ହ ସୁଦାମ ମାରାଣ୍ଡି, ରମେଶ ମାଝୀ, ଅରୁଣ ସାହୁ, ରବି ନନ୍ଦ ପ୍ରମୁଖ ସାମିଲ ହୋଇଛନ୍ତି।

ଏମାନଙ୍କ ବ୍ୟତିତ ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ଚାଷୀ ନେତା, ମହିଳା ସ୍ୱଂୟସହାୟିକା ଗୋଷ୍ଠୀ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟାର କିଛି ଦକ୍ଷ ବ୍ୟକ୍ତିଙ୍କୁ ମଧ୍ୟ ଏହି ଇସ୍ତାହାର କମିଟିରେ ସାମିଲ କରାଯାଇଛି।

Leave A Reply

Your email address will not be published.