Latest Odisha News

ଢେଙ୍କାନାଳରେ ସେକ୍ସ ରାକେଟ ଠାବ ! ୨ ଯୁବତୀ ଉଦ୍ଧାର ଓ ଜଣେ ଗିରଫ

ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ। କାଲଟାକ୍ସ ନିକଟରେ ଥିବା ଏକ ଘରେ ଦେହ ବେପାର ଚାଲିଥିବା ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଶନିବାର ରାତି ପ୍ରାୟ ୧୦ଟା ବେଳେ ଚଢ଼ାଉ କରିଥିଲା। ଚଢାଇ ସମୟରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଙ୍ଗପିନ୍ ଶିବାଜୀ ମହାନ୍ତିକୁ ଗିରଫ କରିଥିଲା ପୋଲିସ । ଉଦ୍ଧାର ହୋଇଥିବା ୨ ଯୁବତୀଙ୍କ ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାଯାଇଛି। ତେବେ ଚଢାଉ ବେଳେ ସେଠାରେ ଉପସ୍ଥିତ ଥିବା ଗ୍ରାହକମାନେ ପୋଲିସକୁ ଚକମା ଦେଇ କୌଶଳକ୍ରମ ଖସିଯିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ଗୋଟିଏ କାର୍‌ ଜବତ କରାଯାଇଛି।

ପୋଲିସର କହିବା ଅନୁଯାୟୀ, ଆଜିକୁ ଦୁଇ ବର୍ଷ ପୂର୍ବରୁ ଶିବାଜୀ ମହାନ୍ତି ଗିରଫ ହୋଇ ଜେଲ୍ ଯାଇଥିଲା। ହେଲେ ଜାମିନରେ ଆସିବା ପରେ ପୁଣି ଦେହ ବେପାର ଆରମ୍ଭ କରିଥିଲା ଶିବାଜୀ। ଶନିବାରର ଏହି ଚଢାଉପରେ ଏହି ସେକ୍ସ ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।

Leave A Reply

Your email address will not be published.