Latest Odisha News

BREAKING NEWS

ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟ ବୃଦ୍ଧି ବିଷୟରେ କହି ଟ୍ରୋଲ୍‌ ହେଲେ ଗାୟକ ଶାନ୍‌

ନୂଆଦିଲ୍ଲୀ: ଟ୍ୱିଟରରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟ ବୃଦ୍ଧି ନେଇ ବଲିଉଡ୍‌ ଗାୟକ ଶାନ ନିକଟରେ ନିଜର ମତ ପ୍ରକାଶ କରିଥିଲେ। ଶାନ୍‌ଙ୍କ ଏହି ପ୍ରତିକ୍ରିୟାରେ ଜଣେ ୟୁଜର୍ସ ବିଭ୍ରାନ୍ତିକର ବୟାନ ଦେଇ ଶାନ୍‌ଙ୍କୁ ଟ୍ରୋଲ୍‌ କରିଛନ୍ତି। ସେ କହିଛନ୍ତି, ଏସବୁ ଉପରେ ଧ୍ୟାନ ଦେବା ବଦଳରେ ‘ନିଜ ସଂଗୀତ ଦକ୍ଷତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ’ ବୋଲି ଟ୍ରୋଲ୍‌ କରିଛନ୍ତି।

ବ୍ୟକ୍ତି ଜଣକ ଲେଖିଛନ୍ତି ଯେ, ତୁମେ ତୁମର ସଂଗୀତ କୌଶଳ ଉପରେ ଧ୍ୟାନ ଦିଅ, ଯାହା ତୁମେ ହରାଇଛ ଏବଂ ତୁମେ ବୁଝି ନଥିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କର ନାହିଁ।

Leave A Reply

Your email address will not be published.