Latest Odisha News

BREAKING NEWS

ହୋଣ୍ଡା ଆକ୍ଟିଭାରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ଝାଡ଼ପଡା ମହାଦେବ ନଗର ଅଞ୍ଚଳରେ ଏକ ହୋଣ୍ଡା ଆକ୍ଟିଭାରେ ନାଗ ସାପ ବସିଥିବା ନଜରକୁ ଆସିଛି।

ସୂଚନା ଅନୁଯାୟୀ ମହାଦେବ ନଗରର ପ୍ଲଟ୍ ନଂ- ୨୬୪ ରୁହନ୍ତି ସ୍ୱରୂପ କୁମାର କର । ସନ୍ଧ୍ୟାରେ ନିଜ ସିଡ଼ି ତଳେ ରଖା ହୋଇଥିବା ହୋଣ୍ଡା ଆକ୍ଟିଭା ସ୍କୁଟର ବାହାର କଲା ବେଳକୁ ଏକ ବିରାଟ ନାଗ ସାପ କୁଣ୍ଡଳୀ ମାରି ହ୍ୟାଣ୍ଡେଲ ଉପରେ ବସି ଥିବାର ଦେଖିବାକୁ ପାଇଥିଲେ।

ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ସଦସ୍ୟା ସିଲକା ସେଲୋନୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସେତବେଳକୁ ହଳଦିଆ ରଙ୍ଗର ନାଗ ସାପଟି ହଣ୍ଡା ସ୍କୁଟରର ହ୍ୟାଣ୍ଡେଲ ତଳେ ଗୁଡେଇ ହୋଇ ରହିଥିଲା ବେଳେ ସ୍ୱରୂପଙ୍କ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ।

ପ୍ରାୟ ସାଢ଼େ ୪ ଫୁଟ ଲମ୍ବର ନାଗ ସାପ ଟିକୁ ହୋଣ୍ଡା ସ୍କୁଟରରୁ ସ୍ନେକ ହୁକ ସାହାଯ୍ୟରେ ସତର୍କତାର ସହିତ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟା ସିଲକା ସେଲୋନୀ ।

ତେବେ ସାପଟିକୁ ସହର ବାହାରେ ପ୍ରାକୃତିକ ବନ୍ୟ ପରିବେଶରେ ଛାଡି ଦିଆଯାଇଥିବା ଜଣାପଡିଛି।

ଏନେଇ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ଭୁବନେଶ୍ୱରରେ ତାପମାତ୍ରା ବଢିବା ହେତୁ ସାପ ମାନେ ତାଙ୍କର ଶୀତଳ ସୁପ୍ତି ବା winter hibernation ଶେଷ କରି ଖାଦ୍ୟ ଅନ୍ୱେଷଣରେ ପଦାକୁ ବାହରିଲେଣି।

Leave A Reply

Your email address will not be published.