Latest Odisha News

BREAKING NEWS

ଡବ୍ଲ୍ୟୁପିଏଲ: ବାଙ୍ଗାଲୋରକୁ ହରାଇଲା ଦିଲ୍ଲୀ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ କ୍ରିକେଟର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬୦ ରନରେ ଶୋଚନୀୟ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୨ ୱିକେଟ ହରାଇ ୨୨୩ ରନ କରିଥିଲା । ଶେଫାଳୀ ବର୍ମା ୮୪(୪୫ ବଲ), ମେଗ ଲେନିଂ ୭୨ (୪୩ ବଲ) ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଶେଫାଳୀ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ଜବାବରେ ବାଙ୍ଗାଲୋର ୨୦ ଓଭରରେ ୮ ୱିକେଟରେ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା । ସ୍ମୃତି ମାନ୍ଧାନା ୩୫, ଆଲେକ୍ସ ପେରୀ ୩୧ ଓ ହୀଥର ନାଇଟ ୩୪ ରନ କରିଥିଲେ ।

ଅନ୍ୟ କୌଣସି ବ୍ୟାଟର ଦିଲ୍ଲୀ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଆମେରିକାର ଖେଳାଳି ତାରା ନୋରିସ ୫ଟି ୱିକେଟ ହାସଲ କରି ସମସ୍ତଙ୍କୁ ଚକିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସି କେପ୍ସି ୨ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.