Latest Odisha News

BREAKING NEWS

ପୁରୀରେ ପାଳିତ ହେଲା ଜନ ନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ

ପୁରୀ: ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ପୁରୀ ବିଜୁ ଜନତା ଦଳ ତରଫରୁ ୪ ଶହ ବିଜେଡ଼ି କର୍ମୀଙ୍କୁ ନେଇ ୫ କିମି ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିକୁ ପ୍ରାକ୍ତନ ବାଚସ୍ପତି  ମହେଶ୍ୱର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ପରେ ଡାକ୍ତରଖାନା, ଅନାଥାଶ୍ରମ, ବୃଦ୍ଧାଶ୍ରମ ଓ ବାଳାଶ୍ରମ ରେ ଫଳ ବଣ୍ଟନ କରାଯାଇଥିଲା । ନିଃସ୍ୱାର୍ଥପର ଲୋକସେବା ବିଜୁ ପଟ୍ଟନାୟକଙ୍କ ରାଜନୀତିର ମୂଳମନ୍ତ୍ର ହୋଇଥିବାରୁ ନରେନ୍ଦ୍ରକୋଣ ସ୍ଥିତ ବିଜେଡି କାର‌୍ୟ୍ୟାଳୟ ଠାରେ ଦଳର ନିର୍ବାଚିତ ସଦସ୍ୟ ଏବଂ ସଦସ୍ୟା, ଦଳୀୟ କର୍ମକର୍ତ୍ତା, ସକ୍ରିୟ ସଦସ୍ୟ, ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ।

ଏହି ସଭାରେ ବିଜୁ ପଟ୍ଟନାୟକଙ୍କ ସହକର୍ମୀ, ସହଯୋଗୀ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାରେ ନିଜକୁ ଉତ୍ସର୍ଗ କରିଥିବା ବରିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ମହେଶ୍ବର  ସମ୍ବର୍ଦ୍ଧିତ କରିଥିଲେ। ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ବିଜୁଙ୍କ ଜୟନ୍ତୀ ଅବସରରେ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରି ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ବୋଲି ସମସ୍ତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ ।

ଏହି ଅବସରରେ  ସୁରେନ୍ଦ୍ର ନାଥ ଦାଶ,  ସବ୍ୟସାଚୀ ମହାପାତ୍ର, ଶାନ୍ତିଲତା ପ୍ରଧାନ, ଦିବାକର ପାତ୍ର, ଶ୍ରୀପ୍ରକାଶ ମିଶ୍ର, ଭକ୍ତ ଚରଣ ଦାସ, ବିଜୟ ମିଶ୍ର, ନାରାୟଣ ପଟ୍ଟନାୟକ, ଘନଶ୍ୟାମ ମର୍ଦ୍ଦରାଜ, ସୁନିଲ ମହାନ୍ତି, ପୁଷ୍ପାଞ୍ଜଳି ରଣା, ବଳରାମ ରେଡ୍ଡୀ, ବିଭୁତି ଭୂଷଣ ସେଠି, ବାବୁଲା ପ୍ରସାଦ, ପ୍ରଦୀପ୍ତ ନାୟକ, ସରସ୍ବତୀ ସାହୁ, ରଞ୍ଜିତା ମହାନ୍ତି, ସୁଚିସ୍ମିତା ସାହୁ, ପ୍ରୀତମ ଜଗଦେଵ, ରବିନାରାୟଣ ସାମନ୍ତରାୟ, ହରିହର ପାଢ଼ୀ, ବିରେନ୍ଦ୍ର ଭୂଷଣ ହୋତା, ରମେଶ ପ୍ରହରାଜ, ଶକ୍ତି ରଥ, ରାଜେଶ ରଥ, ଷ୍ଟାଲିନ ପରିଜା,ସୁଧାଂଶୁ ମହାନ୍ତି, ବିଜୟ ମାଝି, ତାପସ ପଟ୍ଟନାୟକଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.