Latest Odisha News

BREAKING NEWS

ଥମୁନି ଆବାସ ଦୁର୍ନୀତି: ଘର ନଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆପଡା: ନୂଆପଡା ଜିଲ୍ଲାରେ ଦୁର୍ନୀତି ଥମିବା ର ନାଁ ଧରୁ ନାହିଁ । ପ୍ରତ୍ୟେକ ଦିନ କିଛି ନାଁ କିଛି  ଦୁର୍ନୀତି ଖବର ସାମ୍ନା କୁ ଆସୁଥିଲେ ହେଁ ପ୍ରଶାସନ ତଥା ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ।  ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ହେଉଛି ବୋଡେ଼ନ ବ୍ଲକ । ଏହି ବ୍ଲକ ମନରେଗା, ପିଡ଼ିଏସ, ଶୌଚାଳୟ ନିର୍ମାଣରେ ଦୁର୍ନୀତି ଭଳି ଅନେକ ଦୁର୍ନୀତି ପାଇଁ ଚର୍ଚ୍ଚାରେ ରହି ଆସିଛି । ବର୍ତ୍ତମାନ କରଲାକୋଟ ପଞ୍ଚାୟତ ସର୍ଗିମୁଣ୍ଡା ଗାଁରେ ହିତାଧିକାରୀ ଙ୍କୁ ଘର ଦେଇଥିବା ଦର୍ଶାଇ ସମ୍ପୂର୍ଣ୍ଣ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ୨୦୧୬-୧୭ ଓ ୧୯-୨୦ ରେ ସର୍ଗିମୁଣ୍ଡା ଗାଁର ଗୋପାଳ ବେହେରା ଓ ଲିଙ୍ଗରାଜ ବେହେରାଙ୍କୁ  ଆବାସ ଘର ଆସିଥିଲା ।  ମାତ୍ର ଉଭୟ ହିତାଧିକାରୀ ନା ପାଇଛନ୍ତି କାର୍ଯ୍ୟାଦେଶ ନା ତିଆରି କରିଛନ୍ତି ଘର ।  ଏସବୁ ଭିତରେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଉଭୟ ହିତାଧିକାରୀଙ୍କ ନାଁ ରେ ଆବାସ ଯୋଜନା ଟଙ୍କା ଉଠାଣ ହୋଇ ସାରିଛି ମାତ୍ର ଏନେଇ ଉଭୟ ହିତାଧିକାରୀ କିଛି ଜାଣିନଥିବା ପ୍ରକାଶ କରିଛନ୍ତି ।

ତେବେ ଦୁଇ ହିତାଧିକାରୀ ଗୋପାଳ ବେହେରା ଓ ଲିଙ୍ଗରାଜ ବେହେରା କାର୍ଯ୍ୟାଦେଶ ନପାଇ ତାଙ୍କ ନାଁ ରେ କେମିତି ଟଙ୍କା ଉଠାଣ ହେଲା  ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।  ସ୍ଥାନୀୟ ପଞ୍ଚାୟତ ନୋଡାଲ ଅଫିସର ଓ ଜିଓଟେକର ଚଞ୍ଚକତା କରି ପ୍ରଶାସନ ସହ ମିଶି ଉଭୟ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ କରିଥିବା ସୂଚନା ଅଧିକାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିରେ ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଙ୍କ ସହ ସୂଚନା ଅଧିକାର କର୍ମୀ ଦାବି କରିଛନ୍ତି । ଅପରପକ୍ଷରେ ଏବାବଦ ରେ ଆମେ ପଚାରିବାରୁ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଜାଣିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନୂଆପଡା ଉପଜିଲ୍ଲାପାଳ ।

Leave A Reply

Your email address will not be published.