Latest Odisha News

BREAKING NEWS

କାହିଁକି ହୋଇଥିଲା ଶାହାରୁଖ୍‌ ଖାନ୍‌ ଏବଂ ଗୌରୀଙ୍କ ବ୍ରେକ୍‌ଅପ୍‌; ଆଉ କେମିତି ହେଲା ପ୍ୟାଚ୍‌ଅପ୍‌…

ମୁମ୍ବାଇ: କିଙ୍ଗ୍ ଖାନ୍‌ ଶାହାରୁଖ୍‌ ଖାନ ଏବଂ ଗୌରୀ ଖାନ୍‌ଙ୍କ ପ୍ରେମ କାହାଣୀ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ। ତେବେ ଆଜି ହେଉଛି ଗୌରୀଙ୍କ ୫୦ତମ ଜନ୍ମ ଦିନ।

୧୯୮୪ରେ ଗୌରୀ ଏବଂ ଶାହାରୁଖଙ୍କର ପ୍ରଥମ ଭେଟ ହୋଇଥିଲା। ଦୁହିଁଙ୍କ ସାକ୍ଷାତ ସମୟରେ ଶାହାରୁଖ୍‌ ଜଣେ ସୁପରଷ୍ଟାର ନଥିଲେ। ବରଂ ସେ ସେତେବେଳେ ନିଜ କ୍ୟାରିୟର୍ ମଧ୍ୟ ଆରମ୍ଭ କରି ନଥିଲେ।

ସେତେବେଳେ ଶାହାରୁଖ୍‌ଙ୍କ ଆର୍ଥିକ ଅବସ୍ଥା ବିଶେଷ ଭଲ ନଥିଲା। ଗୌରୀ ମଧ୍ୟ ଏକ ମଧ୍ୟବିତ୍ତ ପରିବାରର ଥିଲେ। ଉଭୟଙ୍କ ବିବାହ ଅନେକ ଅସୁବିଧା ମଧ୍ୟରେ ହୋଇଥିଲା।

ତେବେ ଆପଣ ଜାଣନ୍ତିକି ଏକ ସମୟରେ ଶାହାରୁଖ୍‌ ଖାନ୍‌ ଏବଂ ଗୌରୀ ଖାନ୍‌ ମଧ୍ୟରେ ଝଗଡା ହୋଇଥିଲା। ଗୌରୀ ଶାହାରୁଖ୍‌ଙ୍କ ଉପରେ ଏତେ ରାଗିଯାଇଥିଲେ ଯେ ସେ ଶାହାରୁଖ୍‌ ଖାନ୍‌ଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ବାସ୍ତବରେ ଶାହାରୁଖ୍‌ ଖାନ୍‌ ଗୌରୀଙ୍କୁ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବାକୁ ଏବଂ କେଶ ଖୋଲା ରଖିବାକୁ ପସନ୍ଦ କରୁ ନଥିଲେ। ଶାହାରୁଖ୍‌ ଖାନ୍‌ଙ୍କ ଏଭଳି ସଉକ୍‌କୁ ପସନ୍ଦ କରୁ ନଥିଲେ ଗୌରୀ। ଥରେ ସେ ଏସବୁରୁ ଥକି ଯାଇ ଶାହାରୁଖ୍‌ଙ୍କ ସହ କଥାହେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ଗୌରୀ ଶାହାରୁଖ୍‌ଙ୍କ ଫୋନ୍‌ ଉଠାଇବା ବନ୍ଦ କରିଦେଇଥିଲେ ଏବଂ ମୁମ୍ବାଇ ଚାଲିଯାଇଥିଲେ। ତେବେ ଗୌରୀଙ୍କ ପ୍ରତି ଶାହାରୁଖ୍‌ଙ୍କ ପ୍ରେମ ଏତେ ଗଭୀର ଥିଲା ଯେ ସେ ତାଙ୍କ ପଛେ ପଛେ ମୁମ୍ବାଇ ଚାଲିଯାଇଥିଲେ। ଏହାପରେ ଉଭୟଙ୍କର ସାକ୍ଷାତ ହୋଇଥିଲା ଓ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.