Latest Odisha News

BREAKING NEWS

ଜସ୍‌ସୀ ପାଇଁ ପପୁଲାର ଥିଲେ, ହେଲେ ଗୋଟିଏ ଏମ୍‌ଏମ୍‌ଏସ୍ ପାଇଁ…

ମୁମ୍ବାଇ: ଛୋଟ ପରଦାର ପପୁଲାର ଅଭିନେତ୍ରୀ ମୋନା ସିଂ । ଆଜି ତାଙ୍କ ଜନ୍ମଦିନ । ଅନେକ ଟିଭି ସିରିଜ, ରିୟାଲିଟି ସୋ’ ଓ ଫିଲ୍ମରେ ନଜର ଆସିଥିବା ମୋନା ପଂଜାବର ଚଣ୍ଡିଗଡରେ ଜନ୍ମ ହୋଇଥିଲେ । ତେବେ ମୋନାଙ୍କ ଜନ୍ମଦିନ ଅବସରରରେ ଆସନ୍ତୁ ଜାଣିବା କିଛି ଅଜଣା କଥା ।

ପପୁଲାର ଟିଭି ସିରିଜ ‘ଜସ୍‌ସୀ ଜୈସି କୋଇ ନହିଁ ହୈ’ ଜରିଆରେ ମୋନା ଅଭିନୟ ଆରମ୍ଭ କରିଥିଲେ । ପ୍ରଥମ ସିରିଜ ସୁପର୍ ଡୁପର୍ ହିଟ୍ ହେବା ପରେ ସେ ଦର୍ଶକଙ୍କ ନିକଟରେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ପରେପରେ କ୍ୟା ହୁଆ ତେରା ୱାଦା, ପ୍ୟାର କୋ ହୋ ଜାନେ ଦୋ ଏବଂ କୱଚ୍‌-କାଲି ଶକ୍ତିୟୋଁ ସେ ଭଳି ସିରିଜରେ ନଜର ଆସିଥିଲେ ।

ସିରିଜ ଛଡା ରିୟାଲିଟି ସୋ’ ଝଲକ ଦିଖଲାଜାର ଗୋଟିଏ ସିଜିନରେ ସେ ବିଜେତା ସାଜିଥିଲେ । ୧୦ରୁ ଅଧିୁକ ରିୟାଲିଟି ସୋରେ ଭାଗ ନେଇଥିବା ମୋନା ପ୍ରଥମ ଥର ପାଇଁ ଆମିରଙ୍କ ଫିଲ୍ମ ୩ ଇଡିଅଟ୍ସରେ ନଜର ଆସିଥିଲେ । କରିନାଙ୍କ ବଡ ଭଉଣୀ ଭାବେ ସେ ଦର୍ଶକଙ୍କୁ ଇମ୍ପ୍ରେସ୍ କରିବାରେ ସଫଳ ହୋଇଥିଲେ । ଏହି ଫିଲ୍ମ ପରେ ତାଙ୍କୁ ଜେଡ୍ ପ୍ଲସ୍‌, ଉଟ୍‌ପଟାଙ୍ଗ୍ ଓ ଅମାବସ ଭଳି ମୁଭିରେ ବି ଦେଖିବାକୁ ମିଳିଥିଲା ।

ଫିଲ୍ମ ଛଡା ଏକ ଅଶ୍ଳୀଳ ଏମ୍‌ଏମ୍‌ଏସ୍ ପାଇଁ ମଧ୍ୟ ମୋନା ଚର୍ଚ୍ଚାକୁ ଆସିଥିଲେ । ୨୦୧୩ରେ ଲିକ୍ ହୋଇଥିବା ଏକ ଏମ୍‌ଏମ୍‌ଏସ୍‌ରେ ଜଣେ ମହିଳା ଆପତ୍ତିଜନକ ସ୍ଥିତିରେ ନଜର ଆସିଥିଲେ । ସେହି ମହିଳା ଜଣକ ମୋନା ସିଂ ବୋଲି ଚର୍ଚ୍ଚା ଉଠିଥିଲା । ତେବେ ମୋନା ସିଂ ଏହି ବିବାଦରେ ନିଜକୁ ନିର୍ଦ୍ଦୋଷ କହିବା ସହ ମୁମ୍ବାଇ ପୋଲିସ ନିକଟରେ ଏତଲା ଦେଇଥିଲେ । ଏ ସମସ୍ତ ବାଦବିବାଦ ପରେ ବି ଗତବର୍ଷ ଡିସେମ୍ବର ୨୭ରେ ସେ ନିଜ ପ୍ରେମିକ ଶ୍ୟାମଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.