Latest Odisha News

BREAKING NEWS

ଅଞ୍ଜଳିଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଶାହରୁଖ ଖାନ୍‌

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା । ଅଞ୍ଜଳିଙ୍କ ପରିବାର ସହ ଠିଆ ହେଲେ ଅଭିନେତା ଶାହରୁଖ୍‌ ଖାନ୍‌ । ମିର୍‌ ଫାଉଣ୍ଡେସନ୍‌ ପକ୍ଷରୁ ଯୋଗାଇଲେ ଆର୍ଥିକ ସହାୟତା । ଶାହାରୁଖ ଖାନ୍‌ ନିଜର ମିର ଫାଉଣ୍ଡେସନ ଦ୍ୱାରା ଗରୀବ ଓ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି ।

BjdElectrycity

ନିକଟରେ ଦିଲ୍ଲୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଂଜଳି ସିଂହଙ୍କ ପରିବାର ଲୋକଙ୍କୁ ସାହାଯ୍ୟ କରିଛନ୍ତି । ତେବେ ଫାଉଣ୍ଡେସନ ପକ୍ଷରୁ ଅଞ୍ଜଳିଙ୍କ ପରିବାରକୁ କେତେ ଆର୍ଥିକ ରାଶି ଦିଆଯାଇଛି ତାହା ଜଣାପଡ଼ି ନାହିଁ ।

ସୂଚନା ଅନୁଯାୟୀ, କିଛିଦିନ ତଳେ ଅଞ୍ଜଳି ନାଇଟ ସେଲିବ୍ରେସନ ସାରି ସ୍କୁଟିରେ ଫେରୁଥିବା ବେଳେ ଗୋଟଏ କାର ସହ ଦୁର୍ଘଟଣା ଘଟିଥିଲା । ରାଜରାସ୍ତାରେ କାର୍‌ଟି ପ୍ରାୟ ୧୨ କିଲୋମିଟର ଯାଏ ଅଞ୍ଜଳିଙ୍କୁ ଘୋଷାଡି ନେଇଥିଲା । ଫଳରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା। ଅଞ୍ଜଳି ତାଙ୍କ ପରିବାର ପୋଷୁଥିଲେ କିନ୍ତୁ ସେ ଚାଲିଯିବା ପରେ ତାଙ୍କ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ହେଲେ ଏହି ଦୁଃଖ ସମୟରେ ଶାହାରୁଖ୍‌ ଅଞ୍ଜଳିଙ୍କ ପରିବାର ନିକଟରେ ଠିଆ ହୋଇ ତାଙ୍କୁ ସହାୟତା କରିଛନ୍ତି ।

 

Leave A Reply

Your email address will not be published.