Latest Odisha News

BREAKING NEWS

ଗ୍ରାଜୁଏଟ୍‌ ହେଲେ ଆର୍ଯ୍ୟନ୍‌ ଶାହାରୁଖ୍‌ ଖାନ୍‌; ୟୁଏସ୍‌ସିରୁ ଆର୍ଯ୍ୟନ୍‌ଙ୍କ ଫଟୋ ଭାଇରାଲ୍‌

ମୁମ୍ବାଇ: ଶାହରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନଙ୍କ ନୂଆ ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟି ହେଉଛି ଆର୍ଯ୍ୟନଙ୍କ ସ୍ନାତକ ସମାରୋହର। ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ସାଉଥ୍ କାଲିଫର୍ନିଆ ୟୁନିଭରସିଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

ଏହି ସମାରୋହର ଏକ ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସେ ତାଙ୍କ ସ୍ନାତକ ପୋଷାକରେ ସାର୍ଟିଫିକେଟ୍ ଧରିଥିବାର ଦେଖିବାକୁ ମିଳିଛି।

ସାଉଥ୍ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ସ୍ନାତକ ସମାରୋହ ଅନୁଷ୍ଠିତ ହୋଇଥିଲା। ସାମାଜିକ ଦୂରତା ବଜାୟ ରଖି ଉତ୍ସବ ଆୟୋଜନ କରାଯାଇଥିଲା। ସମାରୋହରୁ ଆର୍ଯ୍ୟନ୍ ଖାନଙ୍କ ଏକ ଫଟୋ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଆର୍ଯ୍ୟନ୍‌ଙ୍କ ଫଟୋ ତଳେ ଆର୍ଯ୍ୟନ୍‌ ଶାହରୁଖ ଖାନ ଲେଖାଯାଇଥିବା ଦେଖିବାକୁ ମିଳିଛି।

ଆର୍ଯ୍ୟନ୍ ଫାଇନ୍‌ ଆର୍ଟ, ସିନେମାଟିକ୍‌ ଆର୍ଟ, ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ପ୍ରଡକ୍ସନ, ସ୍କୁଲ୍ ଅଫ୍ ସିନେମାଟିକ୍ ଆର୍ଟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Leave A Reply

Your email address will not be published.