Latest Odisha News

BREAKING NEWS

ମାନସିକ ଚାପ ଶରୀର ଉପରେ ପ୍ରଭାବ ପକାଉଛି: ସ୍ୱାମୀନାଥନ୍

ଭୁବନେଶ୍ୱର: ମାନସିକ ଚାପ ମଣିଷର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଶରୀରର
ଅନେକ କ୍ଷତି ମଧ୍ୟ ଘଟିଥାଏ ।

ଅତ୍ୟଧିକ ଚିନ୍ତା ମୃତ୍ୟୁର ଅନ୍ୟ ଏକ କାରଣ । ତେଣୁ ମଣିଷକୁ ସବୁ ସମୟରେ ଆନନ୍ଦିତ ରହିବା ଉଚିତ୍ ବୋଲି କହିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବକ୍ତା ଇ. ଭି. ସ୍ୱାମୀନାଥନ୍ ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପକ୍ଷରୁ ଆୟୋଜିତ ‘ଲାଇଫ୍ ଚେଞ୍ଜିଙ୍ଗ୍ ଡିସ୍କୋର୍ସ’ ସମ୍ପର୍କିତ କର୍ମଶାଳାରେ ଯୋଗ ଦେଇ ଶ୍ରୀ ସ୍ୱାମୀନାଥନ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ, ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଅନ୍ୟ ପଦାଧିକାରୀ ଏବଂ କର୍ମଚାରୀଙ୍କୁ ଖୁସି ରହିବାର ମନ୍ତ୍ର ଶିଖାଇଛନ୍ତି ।

ଶ୍ରୀ ସ୍ୱାମୀନାଥନ୍ କହିଛନ୍ତି ଆନନ୍ଦ ହେଉଛି ଶାନ୍ତି ଏବଂ ସ୍ଥିରତାର ସମ୍ମିଳିତ ପ୍ରସଙ୍ଗ । ଯଦି ଜଣେ ଖୁସି ରହିବ ତେବେ ସେ ସୁସ୍ଥ ରହିପାରିବ । ତେଣୁ ସବୁବେଳେ ହସଖୁସିରେ ଜୀବନ ବିତାଇବା ଉଚିତ୍ । ମାନସିକ ଚାପ ଏବଂ କାର୍ଯ୍ୟଭାର ଯୋଗୁଁ ମଣିଷ ଅସୁସ୍ଥ ହୋଇପଡ଼ୁଛି । ତେଣୁ ଏସବୁ ଭିତରେ ମଧ୍ୟ ଖୁସି ରହିବା ସ୍ୱାସ୍ଥ୍ୟ ପାଇଁ ଜରୁରୀ ବୋଲି ସେ କହିଛନ୍ତି ।

ବର୍ତମାନ ଅସୁସ୍ଥତା ଏବଂ ବ୍ୟାଧି ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏ ଦିଗରେ ଆମକୁ ସଚେତନ ହେବାକୁ ପଡ଼ିବ ବୋଲି ଶ୍ରୀ ସ୍ୱାମୀନାଥନ କହିଛନ୍ତି । ଖୁସି ରହିବାର ପ୍ରବୃତି, ନେତୃତ୍ୱ ନେବାର କଳା ଏବଂ କାର୍ଯ୍ୟକ୍ଷମତା ବଢ଼ାଇବାର କୌଶଳ ଭଳି ତିନୋଟି ପ୍ରସଙ୍ଗରେ ଶ୍ରୀ ସ୍ୱାମୀନାଥନ୍ ତାଙ୍କର ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର, ସମ ମେଡିକାଲ୍ ସୁପରିଟେଣ୍ଡେଂଟ୍
ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ପ୍ରେମାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.