Latest Odisha News

BREAKING NEWS

ପାଣ୍ଡରାରୁ ହଟିଲା ଜବରଦଖଲ, ପୋଲିସ ହାଉସିଂ କର୍ପୋରେସନ ନିର୍ମାଣ କରିବ ବିଲ୍ଡିଂ

ଭୁବନେଶ୍ୱର: ପାଣ୍ଡରା ମୌଜା ଅନ୍ତର୍ଗତ ଖାତା ନମ୍ବର-1352 ପ୍ଲଟ ନଂ-3724, 3725ରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଏହି ସ୍ଥାନରେ ପୋଲିସ ହାଉସିଂ କର୍ପୋରେସନ ନିର୍ମାଣ କରିବ ବିଲ୍ଡିଂ । ବିଡିଏ ଏନଫୋର୍ସମେଣ୍ଟ ଟିମ୍ ପୂର୍ବାହ୍ଣରେ ପାଣ୍ଡରା ମୌଜାରେ ପହଞ୍ଚିଥିଲା। ସେଠାରେ କେତେକ ବ୍ଯକ୍ତି ସରକାରୀ ଜାଗା ମାଡ଼ିବସି ପୁରୁଣା ଗାଡ଼ି ଶୋ’ରୁମ କରିଥିଲେ। ଏହା ସହିତ ଆଉ କେତେ ଜଣ ବ୍ଯକ୍ତି ଦୋକାନ ଘର ନିର୍ମାଣ କରି ବ୍ଯବସାୟ କରୁଥିଲେ ।

ତେବେ ବିଡିଏ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ 3ଟି କ୍ଯାବିନ, 2ଟି ବାଉଁଶ ନିର୍ମିତ ଦୋକାନ, 6ଟି ଆଜବେଷ୍ଟର୍ସ ନିର୍ମିତ ଦୋକାନ ଓ 200 ଫୁଟର ଶୌଚାଳୟ ଭଙ୍ଗାଯାଇଥିଲା। ଏହାଛଡ଼ା ଏକ ପାଚେରୀ ଓ ପୁରୁଣା ଗାଡ଼ି ଶୋ’ରୁମକୁ ମଧ୍ୟ ମାଟିରେ ମିଶାଇଛି । ବିଡିଏ ପ୍ରାୟ 0.680 ଡିସିମିଲ ଜମିକୁ ଜବରଦଖଲମୁକ୍ତ କରିଛି । ବିଡିଏ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ଓ ଏକ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା । ଉଚ୍ଛେଦ ବେଳେ ଭୁବନେଶ୍ୱର ଆଡିସିନାଲ ଏସପି ଏକେ ସାହୁ, ବିଡିଏ ଏନଫୋର୍ସମେଣ୍ଟ(ଓଏସ୍ଡି)ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର ରଞ୍ଜନ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.