ନୂଆଦିଲ୍ଲୀ:ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (IAMAI) ଏବଂ କାଣ୍ଟାରର ଏକ ରିପୋର୍ଟରେ ଅନୁସାରେ ଭାରତରେ ଅନଲାଇନ୍ ଶିକ୍ଷା ପାଇଁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା କମ୍ । ଅର୍ଥାତ୍ ଅନଲାଇନ୍ ଶିକ୍ଷା ପାଇଁ ଇଣ୍ଟରନେଟ୍ ବ୍ୟବହାର ବହୁତ କମ୍ ହେଉଛି । ରିପୋର୍ଟ ତଥ୍ୟ ଅନୁଯାୟୀ,ଦେଶରେ କେବଳ ୩ପ୍ରତିଶତ ଇଣ୍ଟରନେଟ୍ ବ୍ୟବହାରକାରୀ ଅନଲାଇନ୍ ଶିକ୍ଷା ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । ଅନ୍ୟପଟେ ୟୁଜରମାନେ ଓଟିଟି ଭିଡିଓ ଏବଂ ମ୍ୟୁଜିକ, ଅନଲାଇନ୍ ଯୋଗାଯୋଗ ଏବଂ ସୋସିଆଲ୍ ମିଡିଆରେ ଇଣ୍ଟରନେଟ୍ ଏବଂ ସମୟ ଅତିବାହିତ କରୁଛନ୍ତି ।
ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଟିଟି ଭିଡିଓ ଏବଂ ମ୍ୟୁଜିକ୍ ବିଷୟବସ୍ତୁ, ଅନଲାଇନ୍ ଯୋଗାଯୋଗ ( ଚାଟ୍, ଇମେଲ୍, ଏବଂ କଲ୍) ଏବଂ ସୋସିଆଲ୍ ମିଡିଆର ବ୍ୟବହାର ଅଧିକ ହେଉଛି । ରିପୋର୍ଟ ଅନୁଯାୟୀ, ଅନଲାଇନ୍ ଶିକ୍ଷଣରେ ବିଦ୍ୟାଳୟ କିମ୍ବା କଲେଜ କ୍ଲାସରେ ଯୋଗଦେବା ଏବଂ ଅନଲାଇନ୍ ପ୍ଲାଟଫର୍ମ କିମ୍ବା ଆପ୍ ମାଧ୍ୟମରେ ଦକ୍ଷତା ବିକାଶ ପ୍ରୋଗ୍ରାମ ଅନ୍ତର୍ଭୁକ୍ତ । ଯଦିଓ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଅନଲାଇନ୍ ଲର୍ନିଙ୍ଗ ହ୍ରାସ ପାଇବାରେ ଲାଗିଛି ।
ଯୋଗାଯୋଗ ପାଇଁ ଇଣ୍ଟରନେଟ୍ ବ୍ୟବହାର:୭୫ ପ୍ରତିଶତ ଉପଭୋକ୍ତା ଇଣ୍ଟରନେଟ୍ ବ୍ୟବହାର କରନ୍ତି ଯେପରିକି ଚାଟିଂ, ଇମେଲ୍ କିମ୍ବା କଲ କରିବା ।
ସୋସିଆଲ ମିଡିଆ: ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ୍ ଭଳି ପ୍ଲାଟଫର୍ମରେ ୭୪ ପ୍ରତିଶତ ଉପଭୋକ୍ତା ସକ୍ରିୟ ଅଛନ୍ତି।
ଅନଲାଇନ୍ ଗେମିଂ:୫୪ ପ୍ରତିଶତ ଉପଭୋକ୍ତା ଅନଲାଇନ୍ ଖେଳ ପ୍ରତି ଆଗ୍ରହୀ ।
ଓଟିଟି : ଭିଡିଓ, ମ୍ୟୁଜିକ୍ ଏବଂ ପୋଡକାଷ୍ଟ ପରି ଅଡିଓ ଏବଂ ଭିଡିଓ ବିଷୟବସ୍ତୁର ସର୍ବାଧିକ ବ୍ୟବହୃତ ହେଉଛି | ୟୁଟ୍ୟୁବ୍, ହଟଷ୍ଟାର୍, ଆମାଜନ ପ୍ରାଇମ୍ ଭିଡିଓ, ବଂ ଗାନା ପରି ପ୍ଲାଟଫର୍ମରେ ଉପଭୋକ୍ତାମାନେ ସମୟ ଅତିବାହିତ କରନ୍ତି ।
ଏକ ନୂତନ ରିପୋର୍ଟ ଅନୁଯାୟୀ, ୨୦୨୫ ଶେଷ ସୁଦ୍ଧା ଭାରତରେ ୯୦୦ ମିଲିୟନ ଉପଭୋକ୍ତା ହୋଇଯିବେ, ଯେଉଁଥିରେ ମୁଖ୍ୟ ଅବଦାନ ଗ୍ରାମାଞ୍ଚଳରୁ ହେବ। ବର୍ତ୍ତମାନ ଗ୍ରାମାଞ୍ଚଳ ଦେଶର ମୋଟ ଇଣ୍ଟରନେଟ ବ୍ୟବହାରକାରୀଙ୍କ ୫୫ ପ୍ରତିଶତ ଅଟେ। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରର ଅଭିବୃଦ୍ଧି ହାର ସହରାଞ୍ଚଳର ଦୁଇଗୁଣ ଅଟେ । ଉପଭୋକ୍ତାମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ପୁରୁଷ ହୋଇଥିବାବେଳେ ମହିଳାମାନେ ୪୭ ପ୍ରତିଶତ ।
ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାର: କେରଳ (୭୨ ପ୍ରତିଶତ), ଗୋଆ (୭୧ ପ୍ରତିଶତ) ଏବଂ ମହାରାଷ୍ଟ୍ର (୭୦ ପ୍ରତିଶତ)
ସର୍ବନିମ୍ନ ଇଣ୍ଟରନେଟ୍ ବ୍ୟବହାର: ବିହାର (୪୩ ପ୍ରତିଶତ), ଉତ୍ତରପ୍ରଦେଶ (୪୬ ପ୍ରତିଶତ) ଏବଂ ଝାଡଖଣ୍ଡ (୫୦ ପ୍ରତିଶତ)
ଭାରତୀୟ ଇଣ୍ଟରନେଟ୍ ୟୁଜରମାନେ ଦିନକୁ ହାରାହାରି ୯୦ମିନିଟ୍ ଅନଲାଇନରେ ଅତିବାହିତ କରନ୍ତି, ସହରାଞ୍ଚଳ ବ୍ୟବହାରକାରୀମାନେ ଅନଲାଇନରେ ଗ୍ରାମାଞ୍ଚଳ ବ୍ୟବହାରକାରୀଙ୍କ ଅପେକ୍ଷା ଟିକେ ଅଧିକ ସମୟ ଅତିବାହିତ କରନ୍ତି । ଡିଜିଟାଲ ଯୁଗରେ ଶିକ୍ଷାଗତ ବ୍ୟବଧାନକୁ ଦୂର କରିବା ପାଇଁ ଅନଲାଇନ୍ ଲର୍ନିଙ୍ଗର ଅଧିକ ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
Comments are closed.