Latest Odisha News

BREAKING NEWS

ଏଥର ଅଫିିସିଆଲ, ଭାରତୀୟ ବିଶ୍ୱକପ ଦଳରେ ସାମିଲ ହେଲେ ସାମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି । ଆଘାତପ୍ରାପ୍ତ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ସେ ଏହି ସୁଯୋଗ ପାଇଛନ୍ତି । ପୂର୍ବରୁ ଏ ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ଶୁକ୍ରବାର ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ସେହିପରି ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇଛି । ଏହି ଦୁଇ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ । ସିରାଜ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ମଧ୍ୟ ହୋଇଥିଲେ । ସାମି ଇତି ମଧ୍ୟରେ ଅଷ୍ଟ୍ରେଲିଆ ପଂହଚି ସାରିଛନ୍ତି । ବ୍ରିସବେନ ଅଭ୍ୟାସ ମ୍ୟାଚ ପୂର୍ବରୁ ସେ ଦଳ ସହିତ ଯୋଗ ଦେବେ । ୨୦୦୭ରେ ଚାମ୍ପିୟନ ହେବା ପରଠାରୁ ୧୫ ବର୍ଷ ହେବ ଭାରତ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିପାରି ନାହିଁ । ୨୦୧୪ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଜିତିପାରି ନ ଥିଲେ ।

ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରିଷଭ ପନ୍ତ, ଦୀନେଶ କାର୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ସାମି ।
ଷ୍ଟାଣ୍ଡବାଇ: ମହମ୍ମଦ ସିରାଜ, ଶ୍ରେୟାଶ ଆୟାର, ରବି ବିଶ୍ନୋଇ ଓ ଶାର୍ଦ୍ଦୁଳ ଠାକୁର ।

Leave A Reply

Your email address will not be published.