Latest Odisha News

BREAKING NEWS

ଆରଜେଡିରେ ବିଲୟ ହେଲା ଏଲଜେଡି

ପାଟନା: ବିହାରରେ ଦୀର୍ଘ ଦିନ ପରେ ଦୁଇ ପୁରୁଣା ରାଜନୈତିକ ବନ୍ଧୁ ଏକତ୍ର ହୋଇଛନ୍ତି କହିଲେ ଭୁଲ ହେବନି । ରବିବାର ଶରଦ ଯାଦବଙ୍କ ଲୋକତାନ୍ତ୍ରିକ ଜନତା ଦଳ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହୋଇଛି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି । ଆରଜେଡି ମୂଖ୍ୟ ତେଜସ୍ୱୀ ଯାଦବ ଏହାକୁ ସ୍ୱାଗତ କରିଛନ୍ତି । ଶରଦ ଯାଦବ ଯେଉଁ ନିଷ୍ପତି ନେଲେ ତାହା ସମୟ ଏବଂ ଜନତାଙ୍କ ଦାବୀ ଥିଲା ।

ସାମାଜିକ ନ୍ୟାୟ ଏବଂ ଧର୍ମ ନିରପେକ୍ଷତା ଲଢେଇ ତାଙ୍କ ରାଜନୈତିକ କ୍ୟାରିୟରର ମୂଳ ଲକ୍ଷ୍ୟ ଥିଲା । ତାଙ୍କର ଏହି ପଦପେକ୍ଷ ବିହାର ଏବଂ ଦେଶକୁ ଫାଇଦାରେ ରଖିବ ବୋଲି କହିଛନ୍ତି । ଶରଦ ମଧ୍ୟ ତେଜସ୍ୱୀଙ୍କୁ ବିହାର ଏବଂ ଭାରତ ଭବିଷ୍ୟ ବୋଲି କହିଥିଲେ ।

Leave A Reply

Your email address will not be published.