Latest Odisha News

BREAKING NEWS

ଖରାଦିନ ଆରମ୍ଭରୁ ଡାମେରିକିଆ ଜଙ୍ଗଲରେ ନିଆଁ, ମୂଲ୍ୟବାନ ଗଛ ପୋଡି ନଷ୍ଟ

କନ୍ଧମାଳ: ଖରାଦିନ ଆରମ୍ଭରୁ  ଜଙ୍ଗଲରେ ନିଆଁ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନର ଡାମେରିକିଆ ଜଙ୍ଗଲ ଜଳୁଛି । ଦିନ ରାତି ଦ୍ରୁତ ଗତିରେ ନିଆଁ ଜଙ୍ଗଲରେ ବ୍ୟାପୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି । ସେପଟେ ଜଙ୍ଗଲ ଜଳୁଥିବାରୁ ଭୟଭୀତ ହୋଇଛନ୍ତି ଜୀବଜନ୍ତୁ । କେ .ନୂଆଗାଁ ରେଞ୍ଜ ଅଧିନରେ ଥିବା ଡାମେରିକିଆ ଜଙ୍ଗଲ ନିଆଁ ଏବେ ଆଖପାଖର ୬ଟି ପାହାଡକୁ ବ୍ୟାପି ଯାଇଛି ।

ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି । ହେଲେ ଜଙ୍ଗଲର ଅଧିକ ଅଂଚଳକୁ ନିଆଁ ମାଡିଯାଇଥିବାରୁ ଆୟତ କରିବାରେ ବିଳମ୍ବ ହେଉଛି । ସେପଟେ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗାଇବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି ।

ତୁରନ୍ତ ଜଙ୍ଗଲ ନିଆଁକୁ ଆୟତ ନକଲେ  ଜଙ୍ଗଲ ଜଳିଯିବା ଆଶଙ୍କା ଦେଖା ଦେଇଛି ।

Leave A Reply

Your email address will not be published.