Latest Odisha News

BREAKING NEWS

ଓଡ଼ିଶା ସେଲ୍ଟରହୋମ ଏମଡ଼ି ଗିରଫ ଘଟଣା: ଆମେରିକାରେ ଚହଳ ସୃଷ୍ଟି !

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାସ୍ଥିତ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ସେଲ୍ଟରହୋମର ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଫୟାଜ୍ ରେହମନଙ୍କ ଗିରଫଦାରିକୁ ନେଇ ଆମେରେକୀୟ ସିନେଟର୍ ଏନେଇ ୱାଶିଂଟନ ଡ଼ିସିରେ ଥିବା ଭାରତୀୟ ଦୂତାବାସକୁ ଏକ ପତ୍ର ଲେଖିଛନ୍ତି ।

BjdElectrycity

ଏହାକୁ ଭିତ୍ତିକରି, ବୈଦେଶିକ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ଏସମ୍ପର୍କୀତ ତଥ୍ୟ ଯୋଗାଇଦେବାକୁ ଏକ ପତ୍ର ଲେଖିଛନ୍ତି । ସେଲ୍ଟରହୋମ ଏମଡ଼ିଙ୍କ ଗିରଫ ହେବା ନେଇ ତଥା ସେଠାରେ ରହିଥିବା ଅନ୍ତେବାସୀଙ୍କ ପ୍ରତି କରିଥିବା ଅସଦାଚରଣ ଏବଂ ଧର୍ମାନ୍ତିକରଣ ଲାଗି ଜବରଦସ୍ତି କରିବା ସମ୍ପର୍କରେ ସ୍ପଷ୍ଟିକରଣ ମାଗିଛନ୍ତି । ଏହି ପତ୍ର ଓଡ଼ିଶାର ଚିଫ ରେସିଡ଼େଣ୍ଟ କମିଶନର୍ ତୁହିନ କାନ୍ତ ପାଣ୍ଡେଙ୍କୁ ଦିଆଯାଇଛି ।

ବୈଦେଶିକ ମନ୍ତ୍ରଣାଳୟର ଡ଼େପୁଟୀ ସେକ୍ରେଟାରୀ ରାକେଶ ପାଣ୍ଡେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ରେହମାନଙ୍କ ଗିରଫଦାରିକୁ ନେଇ ଆଇୱାର ରିପବ୍ଲିକାନ ସିନେଟର୍ ଚାର୍ଲସ ଏରନେଷ୍ଟ ଗ୍ରାସଲି ଏକ ପତ୍ର ଭାରତୀୟ ଦୂତାବାସକୁ ପଠାଇଛନ୍ତି ।

ଆମେରେକୀୟ ସେନେଟର୍ ଜଣକ ପ୍ରଶ୍ନ ଉତଥାପନ କରି ଦର୍ଶାଇଛନ୍ତି ଯେ, ରେହମାନ ଜଣେ ଖ୍ରିଷ୍ଟିଆନ ଧର୍ମ ବିଶ୍ୱାସୀ ହୋଇଥିବା ଯୋଗୁଁ ତାଙ୍କୁ ଏପରି ଆଚରଣ କରାଯାଇଛି । ଏହି ମାମଲାରେ ସରକାର ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଆମେରିକୀୟ ସିନେଟର୍ ଗ୍ରାସଲି ।ଡ଼ି

ତେଣୁ, ବୈଦେଶିକ ମନ୍ତ୍ରଣାଳୟ ଏନେଇ ଏକ ପତ୍ର ରାଜ୍ୟ ସରକାରଙ୍କୁ ପଠାଇବା ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ବିବରଣୀ ଓ ତଥ୍ୟ ପ୍ରଦାନ କରିବାକୁ ଦର୍ଶାଇଛନ୍ତି ।

ରେହମାନ ପରିଚାଳିତ କରୁଥିବା ସେଲ୍ଟରହୋମର କିଛି ଅନ୍ତେବାସିନୀ ଏମଡ଼ି ଶାରିରୀକ, ମାନସିକ ଭାବେ ନିର୍ଯ୍ୟାତନା କରିଥିବାର ଡ଼ିସେମ୍ବର ୨ ତାରିଖ ୨୦୧୮ରେ ଅଭିଯୋଗ କରିଥିଲେ । ଏପରିକି ତାଙ୍କର ସେଲ୍ଟରହୋମ ମାଧ୍ୟମରେ ଧର୍ମାନ୍ତରୀକରଣ କରୁଥିବାର ଅଭିଯୋଗ ଆସିଥିଲା । ସେ ନିଜେ ମଧ୍ୟ ଖ୍ରୀଷ୍ଟିଆନ ଧର୍ମକୁ ଧର୍ମାନ୍ତରୀଣ ହୋଇଛନ୍ତି ।

ରେହମାନ ପ୍ରକୃତରେ କୋଲକାତାର ବାସିନ୍ଦା, ପରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.